ଆଜି ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର):  ଘୂର୍ଣ୍ଣିବଳୟ ଯୋଗୁ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଜିଲ୍ଲାର ସବୁ ସ୍କୁଲ୍‌କୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ସ୍କୁଲରେ ଶିକ୍ଷକମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲଗାଣ ବର୍ଷା ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଜଳାର୍ଣ୍ଣବ ହୋଇ ପଡ଼ିଛି। ସହର ଭିତରେ ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ […]

rain--1

Niharika Rout
  • Published: Wednesday, 25 September 2019
  • , Updated: 25 September 2019, 09:55 AM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର):  ଘୂର୍ଣ୍ଣିବଳୟ ଯୋଗୁ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଜିଲ୍ଲାର ସବୁ ସ୍କୁଲ୍‌କୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ସ୍କୁଲରେ ଶିକ୍ଷକମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଲଗାଣ ବର୍ଷା ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଜଳାର୍ଣ୍ଣବ ହୋଇ ପଡ଼ିଛି। ସହର ଭିତରେ ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହେଉଥିବା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।

Related story