ସ୍କୁଲ ପରିସର ସଫା କରିବା ପାଇଁ ନିର୍ଦ୍ଦେଶ ଦେଲେ ସରକାର, ବୁଝି ହେଉନି ଇସାରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ପୂଜା ଛୁଟି ପରେ ଖୋଲିବ କି ସ୍କୁଲ? ଆଜି ଏମିତି କିଛି ଆଶା କରାଯାଉଛି। କାରଣ ସ୍କୁଲ ପରିସର ଓ ଆସବାବପତ୍ର ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ମହାମାରୀ କରୋନା ପାଇଁ ଗତ ୬ ମାସ ହେଲା ସ୍କୁଲ ବନ୍ଦ ରହିଥିବାରୁ ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ତେବେ ପୂର୍ବରୁ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସେହିପରି […]

school

Manoranjan Sial
  • Published: Thursday, 08 October 2020
  • , Updated: 08 October 2020, 06:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ପୂଜା ଛୁଟି ପରେ ଖୋଲିବ କି ସ୍କୁଲ? ଆଜି ଏମିତି କିଛି ଆଶା କରାଯାଉଛି। କାରଣ ସ୍କୁଲ ପରିସର ଓ ଆସବାବପତ୍ର ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ମହାମାରୀ କରୋନା ପାଇଁ ଗତ ୬ ମାସ ହେଲା ସ୍କୁଲ ବନ୍ଦ ରହିଥିବାରୁ ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ତେବେ ପୂର୍ବରୁ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସେହିପରି ପୂଜା ଛୁଟି ପରେ ସ୍କୁଲ ଖୋଲିବା ନେଇ ବିଚାର ଚାଲିଥିବା କହିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ତେବେ କେବେ ସ୍କୁଲ ଖୋଲିବ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ପୂଜା ଛୁଟି ପରେ ସ୍କୁଲ ଖୋଲିବା ଆଶା କରାଯାଉଛି। ଶିକ୍ଷକମାନେ ସ୍କୁଲ ଆସିବାକୁ ବାଧ୍ୟତାମୂଳକ କରାଯାଇଛି।

ସୂଚନାରୁ ପ୍ରକାଶ, ମହାମାରୀ କରୋନା ପାଇଁ ଓଡ଼ିଶାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପିଲାମାନେ ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି।

Related story