୯ ମାସ ପରେ ହସିଲେ ପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦିନେ କରୋନାର କରାଳଛାୟା ସମୟରେ କୋଭିଡ୍ ଯୋଦ୍ଧାଙ୍କ ପାଇଁ ବାଜିଥିଲା ଘଣ୍ଟ, ଘଣ୍ଟା, ତାଳି, ଥାଳି।  ଥରେ ମନେପକାନ୍ତୁ ୯ ମାସ ତଳର ସେହି ଉଦବେଗଜନକ ଦୃଶ୍ୟକୁ । ହେଲେ ଆଜି କିନ୍ତୁ ବଦଳିଯାଇଛି ସମୟ । ସେହି ଅଦୃଶ୍ୟ ଭୂତାଣୁ ଆୟତ୍ତ ପରେ ନୂଆ ଆଶା ଆଉ ସମ୍ଭାବନା ନେଇ ପିଲାଙ୍କ ସ୍କୁଲରେ ଏବେ ବାଜିଛି ଘଣ୍ଟି । ତାଳି ମାରି ପିଲାଙ୍କୁ ସ୍ୱାଗତ କରାଯାଉଛି। ପେନ୍ ଖଣ୍ଡେ ଖଣ୍ଡେ ଦେଇ ମନୋବଳକୁ […]

school-111

Tapas Behera
  • Published: Friday, 08 January 2021
  • , Updated: 08 January 2021, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦିନେ କରୋନାର କରାଳଛାୟା ସମୟରେ କୋଭିଡ୍ ଯୋଦ୍ଧାଙ୍କ ପାଇଁ ବାଜିଥିଲା ଘଣ୍ଟ, ଘଣ୍ଟା, ତାଳି, ଥାଳି।  ଥରେ ମନେପକାନ୍ତୁ ୯ ମାସ ତଳର ସେହି ଉଦବେଗଜନକ ଦୃଶ୍ୟକୁ । ହେଲେ ଆଜି କିନ୍ତୁ ବଦଳିଯାଇଛି ସମୟ । ସେହି ଅଦୃଶ୍ୟ ଭୂତାଣୁ ଆୟତ୍ତ ପରେ ନୂଆ ଆଶା ଆଉ ସମ୍ଭାବନା ନେଇ ପିଲାଙ୍କ ସ୍କୁଲରେ ଏବେ ବାଜିଛି ଘଣ୍ଟି ।

ତାଳି ମାରି ପିଲାଙ୍କୁ ସ୍ୱାଗତ କରାଯାଉଛି। ପେନ୍ ଖଣ୍ଡେ ଖଣ୍ଡେ ଦେଇ ମନୋବଳକୁ ଦୃଢ଼ କରାଯାଉଛି। କାରଣ ଆଜିଠୁ ଖୋଲିଛି ସ୍କୁଲ୍ । ଉପାନ୍ତରୁ ଉପକୂଳ, ଗାଁରୁ ସହର । ଚଳଚଞ୍ଚଳ ହୋଇଉଠିଛି ସ୍କୁଲ୍ କ୍ୟାମ୍ପସ୍ । ସ୍କୁଲ ପ୍ରବେଶ ପୂର୍ବରୁ ଅଭିଭାବକଙ୍କ ଅନୁମତି ପତ୍ର ଯାଞ୍ଚ ସହ ଥର୍ମାଲ୍ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି।

ଏସବୁ ଭିତରେ ଆଜି ଦୀର୍ଘ ଦିନ ପରେ ସ୍କୁଲ ବାରଣ୍ଡା ମାଡ଼ି ଖୁସି ପ୍ରକାଶ କରିଛନ୍ତି ୧୦ମ ଓ ଦ୍ୱାଦଶ ଛାତ୍ରଛାତ୍ରୀ।  ଘରୋଇ ସ୍କୁଲ ଗୁଡିକ ସକାଳୁ ଖୋଲିଥିବାବେଳେ ସରକାରୀ ସ୍କୁଲ ଖୋଲିଥିଲା ଦିନ ୧୦ଟାରେ । ଗାଇଡ଼ଲାଇନ ଅନୁଯାୟୀ କ୍ଳାସରୁମରେ ୨୦ରୁ ୨୫ଜଣ ଛାତ୍ରଛାତ୍ରୀଙ୍କୁ ବସିବାକୁ ଅନୁମତି ଦିଆଯାଇଛି । ଅବଶ୍ୟ ଆଜି ପ୍ରଥମ ଦିନରେ ବହୁତ କମ୍ ରହିଥିଲା ଉପସ୍ଥାନ। ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ପରିଲକ୍ଷିତ ହେବ ସେମାନଙ୍କୁ ପ୍ରତି ସ୍କୁଲରେ କରାଯାଇଥିବା ଆଇସୋଲେସନ୍ ରୁମ୍‌ରେ ରଖି କର୍ତ୍ତୃପକ୍ଷ ମେଡିକାଲ ଟିମ୍‌କୁ ସୂଚନା ଦେବାକୁ ଗାଇଡ୍‌ଲାଇନରେ ଦର୍ଶାଯାଇଛି । ପ୍ରବେଶ ପରେ ଅଧାରୁ ସ୍କୁଲରୁ ବାହାରକୁ କାହାରିକୁ ଛଡାଯିବନି । ଛୁଟି ପରେ ପୁଣିଥରେ ସବୁ ରୁମ୍‌କୁ ସାନିଟାଇଜ କରିବାକୁ ଏସ୍ଓପିରେ ଉଲ୍ଲେଖ ରହିଛି।

Related story