ମାଲକାନଗିରି: ଆବାସିକ ସ୍କୁଲରେ ଛାତ୍ରୀଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତକାଲି ରାତିରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଙ୍କ ନାମ ସଞ୍ଜୁକ୍ତା ସାହୁ। ସେ ନବମ ଶ୍ରେଣୀରେ ପଢ଼ୁଥିଲେ। ଗତକାଲି ରାତିରେ ଖାଇ ସାରିବା ପରେ ସଞ୍ଜୁକ୍ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି […]

death

Rakesh Mallick
  • Published: Monday, 19 September 2016
  • , Updated: 19 September 2016, 12:28 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତକାଲି ରାତିରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଙ୍କ ନାମ ସଞ୍ଜୁକ୍ତା ସାହୁ। ସେ ନବମ ଶ୍ରେଣୀରେ ପଢ଼ୁଥିଲେ।

ଗତକାଲି ରାତିରେ ଖାଇ ସାରିବା ପରେ ସଞ୍ଜୁକ୍ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରାତିରେ ଛାତ୍ରୀଙ୍କ ମୃତଦେହକୁ ଆମ୍ୱୁଲାନ୍ସରେ ତାଙ୍କ ଘର କୋରାପୁଟ ଜିଲ୍ଲା ଜୟପୁର ପ୍ରସାଦରାଓ ପେଟାକୁ ପଠାଇ ଦିଆଯାଇଛି।

Related story