ଜେସିବିକୁ ପଛରୁ ପିଟିଲା ସ୍କୁଲ୍‌ ଭ୍ୟାନ୍‌, ୮ ଆହତ

ସମ୍ୱଲପୁର (ସମୀର ଷଡ଼ଙ୍ଗୀ): ପୁଣି ଏକ ସ୍କୁଲ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଜେସିବିକୁ ଧକ୍କା ଦେଇଛି ଏକ ସ୍କୁଲ୍ ଭ୍ୟାନ୍‌। ଆଜି ସକାଳେ ସମ୍ୱଲପୁରରେ ଘଟିଛି ଏହି ଘଟଣା। ଏଥିରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସମ୍ୱଲପୁର ସେଣ୍ଟ୍‌ ଜୋଶେଫ୍‌ ସ୍କୁଲ୍‌ର ଏକ ଭ୍ୟାନ୍‌ ୧୫ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିଲା। ଅମ୍ବିରାନଗରରେ ପାର୍କିଂରେ ଛିଡ଼ା ହୋଇଥିବା ଏକ ଜେସିବିକୁ ପଛପଟୁ ଭ୍ୟାନ୍‌ଟି ପିଟି ଦେଇଥିଲା। […]

accident copy

Rakesh Mallick
  • Published: Wednesday, 11 July 2018
  • , Updated: 11 July 2018, 11:45 AM IST

ସମ୍ୱଲପୁର (ସମୀର ଷଡ଼ଙ୍ଗୀ): ପୁଣି ଏକ ସ୍କୁଲ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଜେସିବିକୁ ଧକ୍କା ଦେଇଛି ଏକ ସ୍କୁଲ୍ ଭ୍ୟାନ୍‌। ଆଜି ସକାଳେ ସମ୍ୱଲପୁରରେ ଘଟିଛି ଏହି ଘଟଣା। ଏଥିରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସମ୍ୱଲପୁର ସେଣ୍ଟ୍‌ ଜୋଶେଫ୍‌ ସ୍କୁଲ୍‌ର ଏକ ଭ୍ୟାନ୍‌ ୧୫ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିଲା। ଅମ୍ବିରାନଗରରେ ପାର୍କିଂରେ ଛିଡ଼ା ହୋଇଥିବା ଏକ ଜେସିବିକୁ ପଛପଟୁ ଭ୍ୟାନ୍‌ଟି ପିଟି ଦେଇଥିଲା। ଫଳରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭିନ୍ନ ଭିନ୍ନ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଏ ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ସେଥିରେ ୧୦ ଜଣ ବସିବାର ବ୍ୟବସ୍ଥା ଥିବା ବେଳେ ୧୫ ଜଣଙ୍କୁ କେମିତି ଅଣାଯାଉଥିଲା ବୋଲି ପ୍ରଶ୍ନ ଉଠିଛି। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଗାଡ଼ି ଚାଳକ ଫେରାର ହୋଇଯାଇଛନ୍ତି। ତେବେ ଭ୍ୟାନ୍‌ର ଷ୍ଟିଅରିଂ ଲକ୍‌ ହୋଇଯିବା ଯୋଗୁ ଦୁର୍ଘଟଣା ଘଟିଥିବା ଅନ୍ଦେହ କରାଯାଉଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ଗାଡ଼ି ଚାଳକକୁ ପୋଲିସ୍ ଖୋଜୁଛି।

Related story