ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବାଲେଶ୍ୱରରେ ସ୍କୁଲ୍ ବନ୍ଦ!

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଗସ୍ତରେ ଆସୁଛନ୍ତି। ସେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଏଥିଯୋଗୁ ସ୍କୁଲ୍ ପିଲା ହଇରାଣ ହୋଇଛନ୍ତି। ବାଲେଶ୍ୱରର ଷ୍ଟେସନ ଛକରୁ ଆଇଟିଆଇ ଛକ ଯାଏଁ ‘ନୋ ମେନ୍ ଜୋନ୍’ ଘୋଷଣା କରାଯାଇଛି। ତେଣୁ ‘ନୋ ମେନ୍ ଜୋନ୍‌’ରେ ଆସୁଥିବା ସରକାରୀ ଓ ଘରୋଇ ସ୍କୁଲ ଗୁଡ଼ିକ […]

Naveen

  • Published: Thursday, 22 December 2022
  • , Updated: 22 December 2022, 11:17 AM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଗସ୍ତରେ ଆସୁଛନ୍ତି। ସେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଏଥିଯୋଗୁ ସ୍କୁଲ୍ ପିଲା ହଇରାଣ ହୋଇଛନ୍ତି।

ବାଲେଶ୍ୱରର ଷ୍ଟେସନ ଛକରୁ ଆଇଟିଆଇ ଛକ ଯାଏଁ ‘ନୋ ମେନ୍ ଜୋନ୍’ ଘୋଷଣା କରାଯାଇଛି। ତେଣୁ ‘ନୋ ମେନ୍ ଜୋନ୍‌’ରେ ଆସୁଥିବା ସରକାରୀ ଓ ଘରୋଇ ସ୍କୁଲ ଗୁଡ଼ିକ ବନ୍ଦ ରହିଛି। ସ୍କୁଲ୍‌ ପିଲା ଅଧା ବାଟରୁ ଫେରିଥିବା ଦେଖିବାକୁ ମିଳିଛି। ସେମିତି ସେହି ଜୋନ୍‌ରେ ଥିବା କିଛି ବ୍ୟାଙ୍କକୁ କର୍ମଚାରୀ  ଯାଇପାରି ନାହାନ୍ତି।

ଅନ୍ୟପକ୍ଷରେ ବାଲେଶ୍ୱର ଡିଇଓ ବିଷ୍ଣୁ ଚନ୍ଦ୍ର ସୂତାର କହିଛନ୍ତି ଯେ ସ୍କୁଲ୍ ବନ୍ଦ କରିବା ପାଇଁ କାହାକୁ ନିର୍ଦ୍ଦେଶ ଦିଆଯାଇନାହିଁ। ପ୍ରଧାନ ଶିକ୍ଷକମାନଙ୍କୁ କୁହାଯାଇଥିଲା, ଯେଉଁଠି ରାସ୍ତା ବନ୍ଦ କରାଯାଇଥିବ ଓ ପିଲାମାନଙ୍କୁ ଆସିବାରେ ଅସୁବିଧା ହେବ, ସେ କ୍ଷେତ୍ରରେ କ’ଣ କରାଯିବ, ତାହା ସମ୍ପୂର୍ଣ୍ଣ ଭାବେ ସେମାନଙ୍କ (ପ୍ରଧାନ ଶିକ୍ଷକମାନଙ୍କ) ଉପରେ ନିର୍ଭର କରେ। କୌଣସି ଗସ୍ତ କାର୍ଯ୍ୟକ୍ରମ ପାଇଁ ସ୍କୁଲ୍ ବନ୍ଦ କରାଯାଏନି। କେବଳ ସ୍ଥିତି ଦେଖି ସଂପୃକ୍ତ ଅଞ୍ଚଳର ପ୍ରଧାନ ଶିକ୍ଷକମାନେ ସ୍କୁଲ୍ ବନ୍ଦ ରଖିବେ କି କ’ଣ କରିବେ, ସେମାନେ ନିଷ୍ପତ୍ତି ନିଅନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗସ୍ତ ଅବସରରେ ଶୋଭାରାମପୁର ଠାରେ ଏକ ରେଲୱେ ଓଭରବ୍ରିଜ (LC-79) ର ଉଦଘାଟନ ହେବା ସହିତ ୬୯ଟି ଅନ୍ୟ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ। ଏହି ସବୁ ପ୍ରକଳ୍ପ ଗୁଡ଼ିକ ୩୭୫ କୋଟି ଟଙ୍କାରେ ସଂପୂର୍ଣ୍ଣ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ୧୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ୧୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ।

Related story