ଆଜିଠୁ ଖୋଲିଲା ସ୍କୁଲ୍

Ordigital Desk
  • Published: Tuesday, 26 June 2018
  • , Updated: 26 June 2018, 08:37 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇମାସ ପରେ ଆଜିଠାରୁ ଖୋଲିଛି ରାଜ୍ୟର ସମସ୍ତ ସ୍କୁଲ୍। ପୂର୍ବରୁ ଜୁନ୍ ୧୭ ଯାଏଁ ଗ୍ରୀଷ୍ମଛୁଟି ଘୋଷଣା କରିଥିଲା ଗଣଶିକ୍ଷା ବିଭାଗ। ପରେ ଏହାକୁ ଜୁନ୍ ୨୧ ଯାଏଁ ବଢାଯାଇଥିଲା। ହେଲେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ପୁଣି ଥରେ ଜୁନ୍ ୨୫ ଯାଏଁ ଖରାଛୁଟିକୁ ବଢ଼ାଇଥିଲେ ସରକାର।</p> <p>ଗତ ଏପ୍ରିଲ୍ ୨୫ରୁ ସ୍କୁଲ୍ ଗୁଡିକରେ ଗ୍ରୀଷ୍ମ ଅବକାଶ ହୋଇଥିଲା। ଏପଟେ ସ୍କୁଲ୍ ଖୋଲିବା ପରେ ସମସ୍ତ ସ୍କୁଲ କର୍ତ୍ତୃପକ୍ଷ ସେଫ୍ଟି ଗାଇଡଲାଇନ୍ ଫଲୋ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।</p>

Related story