ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରରେ ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସର ଭୟାବହତାକୁ ଆକଳନ କରି ରାଜ୍ୟ ସରକାର ଆସନ୍ତା ସୋମବାରଠୁ ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରରେ ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂକୁ ବାଧ୍ୟତାମୂଳକ କରିଛନ୍ତି। ଆଜି ଏ ସମ୍ପର୍କରେ ରାଜ୍ୟ ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶ୍ରୀ ଶର୍ମା କହିଛନ୍ତି ଯେ, ଦିନେ ଦୁଇଦିନ ମଧ୍ୟରେ ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରରେ ଏହି ସ୍କ୍ରିନିଂ ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ବିମାନ ଏହି ଦୁଇ […]

jharsuguda-airport

Manoranjan Sial
  • Published: Saturday, 14 March 2020
  • , Updated: 14 March 2020, 08:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସର ଭୟାବହତାକୁ ଆକଳନ କରି ରାଜ୍ୟ ସରକାର ଆସନ୍ତା ସୋମବାରଠୁ ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରରେ ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂକୁ ବାଧ୍ୟତାମୂଳକ କରିଛନ୍ତି। ଆଜି ଏ ସମ୍ପର୍କରେ ରାଜ୍ୟ ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଶ୍ରୀ ଶର୍ମା କହିଛନ୍ତି ଯେ, ଦିନେ ଦୁଇଦିନ ମଧ୍ୟରେ ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରରେ ଏହି ସ୍କ୍ରିନିଂ ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ବିମାନ ଏହି ଦୁଇ ବିମାନ ବନ୍ଦରରେ ପହଞ୍ଚିବାପରେ ଏୟାରପୋର୍ଟର ଜଣେ ଓଡ଼ିଆ ଅଧିକାରୀ ଉକ୍ତ ବିମାନ ଭିତରକୁ ଯାଇ ଓଡ଼ିଆ ଭାଷାରେ ସମସ୍ତଙ୍କୁ କରୋନା ସଂକ୍ରାନ୍ତରେ ସଚେତନ କରାଇବେ। ତା’ପରେ ସମସ୍ତ ଯାତ୍ରୀଙ୍କ ନାଁ, ଠିକଣା ଓ ମୋବାଇଲ୍ ନମ୍ବର ସଂଗ୍ରହ କରାଯିବ ଓ ଏହା ବାଧ୍ୟତାମୂଳକ। ତା’ପରେ ଯାତ୍ରୀଙ୍କୁ ନିଜ ନିଜ ଘରକୁ ଯିବାକୁ ଅନୁମତି ମିଳିବ। ସେହି ସଂଗୃହୀତ ତଥ୍ୟ ମାଧ୍ୟମରେ ରାଜ୍ୟ ସରକାର ସମ୍ପୃକ୍ତ ଯାତ୍ରୀଙ୍କ ଉପରେ ନଜର ରଖିପାରିବେ।

Related story