ବଦଳିବ ଚନ୍ଦ୍ରଭାଗାର ଚେହେରା, ହେବ ବ୍ଲୁ ଫ୍ଲାଗ୍‌

ଭୁବନେଶ୍ୱର: ବଦଳିବ କୋଣାର୍କ ଚନ୍ଦ୍ରଭାଗାର ଚେହେରା। ପର୍ଯ୍ୟଟକଙ୍କୁ ଆକର୍ଷିତ ପାଇଁ ବେଳାଭୂମିର ଉନ୍ନତିକରଣ କରାଯିବ। ପ୍ରାୟ ୧ କିଲୋମିଟର ପରିମିତ ବେଳାଭୂମି ଅଞ୍ଚଳ ଅନ୍ତର୍ଜାତୀୟ ମାନରେ ସଜେଇ ହେବ। କାରଣ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ବିଭାଗ ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ସ୍କିମ୍‌ରେ ଚନ୍ଦ୍ରଭାଗାକୁ ଓଡ଼ିଶାର ପ୍ରଥମ ବ୍ଲୁ ଫ୍ଲାଗ୍‌ ବିଚ୍‌ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍‌ (ଏସ୍‌ପିଏମ୍‌ୟୁ), ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ୍‌ […]

blue

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 05:29 PM IST

ଭୁବନେଶ୍ୱର: ବଦଳିବ କୋଣାର୍କ ଚନ୍ଦ୍ରଭାଗାର ଚେହେରା। ପର୍ଯ୍ୟଟକଙ୍କୁ ଆକର୍ଷିତ ପାଇଁ ବେଳାଭୂମିର ଉନ୍ନତିକରଣ କରାଯିବ। ପ୍ରାୟ ୧ କିଲୋମିଟର ପରିମିତ ବେଳାଭୂମି ଅଞ୍ଚଳ ଅନ୍ତର୍ଜାତୀୟ ମାନରେ ସଜେଇ ହେବ। କାରଣ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ବିଭାଗ ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ସ୍କିମ୍‌ରେ ଚନ୍ଦ୍ରଭାଗାକୁ ଓଡ଼ିଶାର ପ୍ରଥମ ବ୍ଲୁ ଫ୍ଲାଗ୍‌ ବିଚ୍‌ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍‌ (ଏସ୍‌ପିଏମ୍‌ୟୁ), ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ୍‌ ଜୋନ୍‌ ମ୍ୟାନେଜ୍‌ମେଣ୍ଟ୍‌ ପ୍ରୋଜେକ୍ଟ (ଆଇସିଜେଡ୍‌ଏମ୍‌ପି) ପକ୍ଷରୁ କୋଣାର୍କର ଚନ୍ଦ୍ରଭାଗା ବିଚ୍‌କୁ ପ୍ରଥମ ପାଇଲଟ୍‌ ପ୍ରକଳ୍ପ ଭାବେ ମନୋନୀତ କରାଯାଇଛି।

ମୁଖ୍ୟତଃ ପାରିପାର୍ଶ୍ୱିକ ପରିବେଶର ସ୍ୱଚ୍ଛତା ପରିଚାଳନା ସହ ବର୍ଜ୍ୟବସ୍ତୁ ପରିଚାଳନା, ବେଳାଭୂମି ବ୍ୟବହାରକାରୀଙ୍କ ମଧ୍ୟରେ ପରିବେଶ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା, ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ଓ ନିରାପତ୍ତା ଓ  ଜଳରାଶିର ମାନର ପରୀକ୍ଷା ଭଳି ଦିଗକୁ ଗୁରୁତ୍ୱ ଦିଆଯିବ। ସମୁଦ୍ର କୂଳକୁ ପ୍ରଦୂଷଣମୁକ୍ତ ରଖିବା ସହ ପର୍ଯ୍ୟଟକ ଅନୁକୂଳ କରିବା ପାଇଁ ଏଠାରେ ବାୟୋ ଟଏଲେଟ୍‌ ବ୍ଲକ୍‌ (ବାଉଁଶ ଘର), ଡ୍ରେସ ବଦଳାଇବା ରୁମ୍‌, ଗ୍ରେ ଓ୍ଵାଟର ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌, ସୌରଚାଳିତ ବିଦ୍ୟୁତ ଶକ୍ତି ଉତ୍ପାଦନ ବ୍ୟବସ୍ଥା, ଶୁଦ୍ଧ ପାନୀୟ ଜଳ ଯୋଗାଣ, ବସିବା ପାଇଁ ସିଟ୍‌, ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌, ଫିଟ୍‌ନେସ୍‌ ସରଞ୍ଜାମ, ଦିବ୍ୟାଙ୍ଗଙ୍କ ପାଇଁ ହ୍ଵିଲ୍‌-ଚେୟାର ଆଦି ବ୍ୟବସ୍ଥା କରାଯିବ। ସେହିପରି ଲାଇଫ୍‌ଗାର୍ଡ, ସିସିଟିଭି, ବିଚ୍‌ କ୍ଲିନର ସରଞ୍ଜାମ, ପାର୍କିଂ ସୁବିଧା, ନଡ଼ିଆ ଓ ତାଳଗଛ ରୋପଣ, ଓ୍ଵାଚ୍‌ ଟାଓ୍ଵାର ଆଦି ଲଗାଯିବ।ଚନ୍ଦ୍ରଭାଗା ବିଚ୍‌ର ୧କିଲୋମିଟର ୧୧୫ ମିଟର ପରିମିତ ଅଞ୍ଚଳକୁ ଚିହ୍ନଟ କରାଯାଇଛି।

ତେବେ  ବ୍ଲୁ ଫ୍ଲାଗ୍‌ ହେଉଛି ବେଳାଭୂମିର ସୁରକ୍ଷା ନେଇ  ଏକ ମାନଦଣ୍ଡ। ବେଳାଭୂମିର ସ୍ୱଚ୍ଛତା, ପର୍ଯ୍ୟଟକ ଅନୁକୂଳ ଅତ୍ୟାଧୁନିକ ସୁବିଧାର ମାନ ପରଖି ସମ୍ପୃକ୍ତ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବୋଲି ନିର୍ଦ୍ଧାରଣ କରାଯାଇଥାଏ।

Related story