ମତ୍ସ୍ୟଜୀବୀଙ୍କ ପାଇଁ ୪୩ ହଜାର ବାୟୋମେଟ୍ରିକ କାର୍ଡ ଦେବାକୁ ଦାବି କରିଛୁ: ଗୃହ ସଚିବ

ଭୁବନେଶ୍ୱର: ଓଡ଼ିଶା ତଟ ସୁରକ୍ଷା ନେଇ କ୍ୟାବିନେଟ୍‌ ସେକ୍ରେଟାରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ରାଜ୍ୟ ସରକାର ଆଲୋଚନା କରିଛନ୍ତି। ବୈଠକ ପରେ ଗୃହ ସଚିବ ଅସୀତ ତ୍ରିପାଠୀ କହିଛନ୍ତି,“ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ମତ୍ସ୍ୟଜୀବୀଙ୍କୁ ବାୟୋମେଟ୍ରିକ କାର୍ଡ ପ୍ରଦାନ କରାଯାଇଥିବା ବେଳେ ଆଉ ୪୩,୦୦୦ ବାୟୋମେଟ୍ରିକ କାର୍ଡ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି। ଏହା ମିଳିବା ପରେ ଓଡ଼ିଶା ଉପକୂଳରେ ଶତ ପ୍ରତିଶତ ମତ୍ସ୍ୟଜୀବୀଙ୍କୁ ବାୟୋମେଟ୍ରିକ କାର୍ଡ ପ୍ରଦାନ କରାଯାଇପାରିବ। ସେ କହିଛନ୍ତି,“ଓଡ଼ିଶା ତଟରେ ୧୮ଟି […]

sea

Rakesh Mallick
  • Published: Thursday, 24 November 2016
  • , Updated: 24 November 2016, 10:49 PM IST

ଭୁବନେଶ୍ୱର: ଓଡ଼ିଶା ତଟ ସୁରକ୍ଷା ନେଇ କ୍ୟାବିନେଟ୍‌ ସେକ୍ରେଟାରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ରାଜ୍ୟ ସରକାର ଆଲୋଚନା କରିଛନ୍ତି। ବୈଠକ ପରେ ଗୃହ ସଚିବ ଅସୀତ ତ୍ରିପାଠୀ କହିଛନ୍ତି,“ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ମତ୍ସ୍ୟଜୀବୀଙ୍କୁ ବାୟୋମେଟ୍ରିକ କାର୍ଡ ପ୍ରଦାନ କରାଯାଇଥିବା ବେଳେ ଆଉ ୪୩,୦୦୦ ବାୟୋମେଟ୍ରିକ କାର୍ଡ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି। ଏହା ମିଳିବା ପରେ ଓଡ଼ିଶା ଉପକୂଳରେ ଶତ ପ୍ରତିଶତ ମତ୍ସ୍ୟଜୀବୀଙ୍କୁ ବାୟୋମେଟ୍ରିକ କାର୍ଡ ପ୍ରଦାନ କରାଯାଇପାରିବ।

ସେ କହିଛନ୍ତି,“ଓଡ଼ିଶା ତଟରେ ୧୮ଟି ସାମୁଦ୍ରିକ ଥାନା କାର୍ଯ୍ୟ କରୁଛି। ୧୩ଟି ନୂଆ ଥାନା ଗଠନ କରାଯାଇଛି। ଏହି ଥାନାଗୁଡିକୁ କିପରି ଅଧିକ ଉନ୍ନତ ମାନର ମୋଟର ବୋଟ୍‌ ମିଳିପାରିବ ସେ ନେଇ କେନ୍ଦ୍ର ନିକଟରେ ଦାବି ରଖାଯାଇଛି।”

Related story