ଜୁଆର ଭାଙ୍ଗିଲା ଘର, ଗାଁ ଲୋକଙ୍କ ଛାତିରେ ଛନକା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କାନ୍ଥ ଛୁଇଁଲା ସମୁଦ୍ର। ଜୁଆର ମାଡ଼ରେ ଲୀନ ହେବାରେ ଲାଗିଛି ଏକାଧିକ ଘର। ଏଭଳି ଘଟଣା ସାମନାକୁ ଆସିଛି ଗଂଜାମ ଜିଲ୍ଲା ଚିକିଟି ବ୍ଳକ୍‌ କୁତୁରୁ ପଂଚାୟତର ରାମୟାପାଟଣା ଗାଁରୁ। ଜୁଆର ମାଡ଼ରେ ଘର ଭାଙ୍ଗି ଯାଉଥିବାବେଳେ ଏକାଧିକ ଘର ବିପଦ ସଂକୁଳ ଅବସ୍ଥାରେ ରହିଛି। ଘଟଣା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି। ପୂର୍ବରୁ ମଧ୍ୟ ରାମୟାପାଟଣା ସହ ଏହି ଅଂଚଳର ଏକାଧିକ ଗାଁରେ ସମୁଦ୍ର କୂଳ ଲଂଘୁଥିବା ଅଭିଯୋଗ ହୋଇଥିଲା। ଏନେଇ […]

j-900

Tapas Behera
  • Published: Wednesday, 28 August 2019
  • , Updated: 28 August 2019, 07:17 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କାନ୍ଥ ଛୁଇଁଲା ସମୁଦ୍ର। ଜୁଆର ମାଡ଼ରେ ଲୀନ ହେବାରେ ଲାଗିଛି ଏକାଧିକ ଘର। ଏଭଳି ଘଟଣା ସାମନାକୁ ଆସିଛି ଗଂଜାମ ଜିଲ୍ଲା ଚିକିଟି ବ୍ଳକ୍‌ କୁତୁରୁ ପଂଚାୟତର ରାମୟାପାଟଣା ଗାଁରୁ।

ଜୁଆର ମାଡ଼ରେ ଘର ଭାଙ୍ଗି ଯାଉଥିବାବେଳେ ଏକାଧିକ ଘର ବିପଦ ସଂକୁଳ ଅବସ୍ଥାରେ ରହିଛି। ଘଟଣା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି। ପୂର୍ବରୁ ମଧ୍ୟ ରାମୟାପାଟଣା ସହ ଏହି ଅଂଚଳର ଏକାଧିକ ଗାଁରେ ସମୁଦ୍ର କୂଳ ଲଂଘୁଥିବା ଅଭିଯୋଗ ହୋଇଥିଲା। ଏନେଇ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଲୋକେ ବିପଦ ସଂକୁଳ ଅବସ୍ଥାରେ ଜୀବନ କାଟୁଥିବା ଅଭିଯୋଗ ହୋଇଛି।

ବାହୁଦା ନଦୀ ମୁହାଣକୁ ସବୁ ଦିନିଆ ମୁହାଣ କରାଯିବା ସହ କତୁରୁ ଠାରେ ଏକ ହାରବୋର୍ କରାଯିବାକୁ ଲୋକେ ଦାବି କରିଛନ୍ତି।

Related story