ସିସୋର ଚିଟଫଣ୍ଡ ଲିଙ୍କ୍: ଶୁଭଙ୍କର ନାୟକଙ୍କ ଜାମିନ୍ ଆବେଦନ ଖାରଜ

କଟକ: ସିସୋର ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଶୁଭଙ୍କର ନାୟକଙ୍କ ଜାମିନ୍ ଆବେଦନକୁ ବୁଧବାର ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଶୁଭଙ୍କର ନିକଟରୁ ଜବତ କରାଯାଇଥିବା ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ରର ଯାଞ୍ଚ କରାଯାଉଥିବାରୁ ତାଙ୍କୁ ଜାମିନ୍ ଦିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ତେବେ ତିନିମାସ ଭିତରେ ଶୁଭଙ୍କରଙ୍କ ସମ୍ପର୍କିତ ତଦନ୍ତ ଶେଷ କରିବାକୁ ଜଷ୍ଟିସ୍ ରଘୁବୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି। ଶୁଭଙ୍କରଙ୍କ ନିକଟରୁ ସିବିଆଇ ଜବତ କରିଥିବା କାଗଜ ପତ୍ର […]

subhashankanayak

Rakesh Mallick
  • Published: Wednesday, 08 July 2015
  • , Updated: 08 July 2015, 12:42 PM IST

କଟକ: ସିସୋର ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଶୁଭଙ୍କର ନାୟକଙ୍କ ଜାମିନ୍ ଆବେଦନକୁ ବୁଧବାର ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଶୁଭଙ୍କର ନିକଟରୁ ଜବତ କରାଯାଇଥିବା ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ରର ଯାଞ୍ଚ କରାଯାଉଥିବାରୁ ତାଙ୍କୁ ଜାମିନ୍ ଦିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ତେବେ ତିନିମାସ ଭିତରେ ଶୁଭଙ୍କରଙ୍କ ସମ୍ପର୍କିତ ତଦନ୍ତ ଶେଷ କରିବାକୁ ଜଷ୍ଟିସ୍ ରଘୁବୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି। ଶୁଭଙ୍କରଙ୍କ ନିକଟରୁ ସିବିଆଇ ଜବତ କରିଥିବା କାଗଜ ପତ୍ର ଏବଂ ଡାଏରୀରେ ଅନେକ ପ୍ରଭାବଶାଳୀ ରାଜନେତା ଏବଂ ବ୍ୟୁରୋକ୍ରାଟ୍ସଙ୍କ ନାମ ରହିଛି। ଏଗୁଡିକ ଯାଞ୍ଚ କରାଯାଉଥିବାରୁ ତାଙ୍କୁ ଜାମିନ୍ ନଦେବାକୁ ସିବିଆଇ ଓକିଲ ଭି. ନରସିଂହ ଯୁକ୍ତି ବାଢ଼ିଥିଲେ।

Related story