ଦେହ ଦଲାଲ ସୁନୀଲ ମେହେର ନାଁରେ ଦ୍ୱିତୀୟ ଚାର୍ଜସିଟ୍‌ ଦାଖଲ କଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: ସେକ୍ସ ରାକେଟ୍ କିଙ୍ଗପିନ୍ ସୁନୀଲ ମେହେର ବିରୋଧରେ ଆଜି ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରିଛି କମିଶନରେଟ୍ ପୋଲିସ୍। କାର୍‌ ଭିତରେ ସେକ୍ସ ଘଟଣାରେ ଏହି ଚାର୍ଜସିଟ୍‌ ଦାଖଲ କରାଯାଇଛି। ୧୫୦ ପୃଷ୍ଠାର ଏହି ଚାର୍ଜସିଟ୍‌ରେ ଜଣେ ଖଣି ବ୍ୟବସାୟୀଙ୍କ ନାଁ ରହିଛି। ଏଥିରେ ୧୦ ଜଣ ସାକ୍ଷୀଙ୍କ ନାଁ ବି ରହିଛି। ୨୦୧୫ ସେପ୍ଟେମ୍ବର ୩ ତାରିଖରେ ବିନା ନମ୍ବର ଥିବା ଏକ କାର ଭିତରୁ ଦୁଇଜଣ ସିଲିଗୁଡି ଯୁବତୀଙ୍କ ସହ ଖଣି ମାଲିକ ସିଦ୍ଧାର୍ଥ […]

Sunil Meher 1

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 11:15 PM IST

ଭୁବନେଶ୍ୱର: ସେକ୍ସ ରାକେଟ୍ କିଙ୍ଗପିନ୍ ସୁନୀଲ ମେହେର ବିରୋଧରେ ଆଜି ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରିଛି କମିଶନରେଟ୍ ପୋଲିସ୍। କାର୍‌ ଭିତରେ ସେକ୍ସ ଘଟଣାରେ ଏହି ଚାର୍ଜସିଟ୍‌ ଦାଖଲ କରାଯାଇଛି। ୧୫୦ ପୃଷ୍ଠାର ଏହି ଚାର୍ଜସିଟ୍‌ରେ ଜଣେ ଖଣି ବ୍ୟବସାୟୀଙ୍କ ନାଁ ରହିଛି। ଏଥିରେ ୧୦ ଜଣ ସାକ୍ଷୀଙ୍କ ନାଁ ବି ରହିଛି।

୨୦୧୫ ସେପ୍ଟେମ୍ବର ୩ ତାରିଖରେ ବିନା ନମ୍ବର ଥିବା ଏକ କାର ଭିତରୁ ଦୁଇଜଣ ସିଲିଗୁଡି ଯୁବତୀଙ୍କ ସହ ଖଣି ମାଲିକ ସିଦ୍ଧାର୍ଥ ରାଉତ ଧରାପଡ଼ିଥିଲେ। ଚାର୍ଜସିଟ୍‌ରେ ଏହା ଉଲ୍ଲେଖ ରହିଛି। ସୁନୀଲଙ୍କ ସମେତ ଖଣି ମାଲିକଙ୍କୁ ଅଭିଯୁକ୍ତ ଦର୍ଶାଇ ଉଭୟଙ୍କ ବିରୋଧରେ ଚାର୍ଜସିଟ୍‌ କରାଯାଇଛି। ଏହି ନେଟୱାର୍କ ପଛରେ ସୁନୀଲ ଥିବା ସିଲିଗୁଡ଼ି ଯୁବତୀ ଓ ଖଣି ମାଲିକ କହିଥିଲେ। ସିଲିଗୁଡିରେ ରହି ସୁନୀଲ ରାକେଟ୍‌ ଚଳାଉଥିଲା। ସିଲିଗୁଡି ଯୁବତୀଙ୍କୁ ଲକ୍ଷାଧିକ ଟଙ୍କା ଦେଇ ପ୍ରତି ସପ୍ତାହରେ ସୁନୀଲ ଭୁବନେଶ୍ୱର ପଠାଉଥିବା ଚାର୍ଜସିଟ୍‌ରେ ଦର୍ଶାଯାଇଛି।

କେବଳ ସିଲିଗୁଡି ନୁହେଁ ରୁଷିଆ ଯୁବତୀ, ଅଭିନେତ୍ରୀ ଓ ମଡେଲଙ୍କୁ ନେଟୱାର୍କରେ ସୁନୀଲ ସାମିଲ କରିଥିବା କଥା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି।

ଏହା ପୂର୍ବରୁ ସୁନୀଲ ନାଁରେ ୩୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା କମିଶନରେଟ୍ ପୋଲିସ୍। ଏଥିରେ ସୁନୀଲର କଳାକାରନାମାର ସମ୍ପୂର୍ଣ୍ଣ ଚିଠା ରହିଥିଲା। ରୁଷୀୟ ଯୁବତୀଙ୍କୁ ଦେହବ୍ୟବସାୟ ପାଇଁ ଭୁବନେଶ୍ୱର ଆଣିବା ପରେ ଚର୍ଚ୍ଚାକୁ ଆସିଥିଲା ସୁନୀଲ।

ଦେହ ଦଲାଲି ଅଭିଯୋଗରେ ସୁନୀଲ ନାଁରେ ଏକାଧିକ ମାମଲା ଥିବା ବେଳେ ତାକୁ ଗତ ଏପ୍ରିଲ୍‌ରେ କୋଲକାତାରୁ ଗିରଫ କରିଥିଲା କମିଶନରେଟ୍ ପୋଲିସ୍‌ର କ୍ୱିକ୍ ଆକ୍ସନ ଟିମ୍। ଗିରଫ ପରେ କମିଶନରେଟ୍ ପୋଲିସ୍ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା।

ସୁନୀଲ ନାଁରେ ୯ଟି ମାମଲା ରହିଥିବା ବେଳେ ସେଥିରୁ ୩ଟିରେ ସେ ମୋଷ୍ଟ୍‌ ୱାଣ୍ଟେଡ୍ ଥିଲା। ରାଜ୍ୟ ଓ ରାଜ୍ୟ ବାହାରେ କୋଲକାତା, ସୁରତ, ବେଙ୍ଗାଲୁରୁ ଓ ସିଲିଗୁଡ଼ି ଏବଂ ବିଦେଶରେ ବି ସେକ୍ସ ରାକେଟ୍ ଚଳାଉଥିବା ନେଇ ସୁନୀଲ ନାଁରେ ବହୁ ଅଭିଯୋଗ ରହିଥିଲା।

Related story