ମମିତା ପ୍ରସଙ୍ଗ: ଦ୍ୱିତୀୟ ଦିନ ବି ଚାଲିପାରିଲାନି ବିଧାନସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ବି ଦ୍ୱିତୀୟ ଦିନ ପାଇଁ ଗୃହ ଚାଲିପାରିନି। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବରଖାସ୍ତ ଦାବି କରି ହଟ୍ଟଗୋଳ କରୁଥିବାବେଳେ ଶାସକ ବିଜେଡି ଗ୍ୟାସ ଓ ଦରଦାମ ବୃଦ୍ଧି ପ୍ରତିବାଦରେ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସି ପ୍ରତିବାଦ ଜଣାଇଥିଲା। ଆଜି ଗୃହର ମଧ୍ୟଭାଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ପ୍ରଥମାର୍ଦ୍ଧରେ ଗୃହ ମାତ୍ର […]

assembly

assembly

Ordigital Desk
  • Published: Thursday, 02 December 2021
  • Updated: 02 December 2021, 10:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ବି ଦ୍ୱିତୀୟ ଦିନ ପାଇଁ ଗୃହ ଚାଲିପାରିନି। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବରଖାସ୍ତ ଦାବି କରି ହଟ୍ଟଗୋଳ କରୁଥିବାବେଳେ ଶାସକ ବିଜେଡି ଗ୍ୟାସ ଓ ଦରଦାମ ବୃଦ୍ଧି ପ୍ରତିବାଦରେ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସି ପ୍ରତିବାଦ ଜଣାଇଥିଲା। ଆଜି ଗୃହର ମଧ୍ୟଭାଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ପ୍ରଥମାର୍ଦ୍ଧରେ ଗୃହ ମାତ୍ର ଗୋଟିଏ ମିନିଟ୍ ଚାଲିଥିବାବେଳେ ଦ୍ୱିତୀୟାର୍ଦ୍ଧରେ ପ୍ରାୟ ୧୩ ମିନିଟ୍ ଚାଲିଥିଲା ଓ ସରକାର ବିଭିନ୍ନ ରିପୋର୍ଟ ଗୃହରେ ଉପସ୍ଥାପନ କରିବାରେ ସକ୍ଷମ ହୋଇଛନ୍ତି।

ଆଜି ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ମାତ୍ର ଗୋଟିଏ ମିନିଟ୍ ମଧ୍ୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ପ୍ରତାପ ଜେନା ଓ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ବିଭିନ୍ନ ବିଭାଗର ରିପୋର୍ଟକୁ ବିଧାନସଭାରେ ଉପସ୍ଥାପିତ କରିଥିଲେ । ପ୍ରାୟ ୧୩ମିନିଟ୍ ଧରି ଏହି ରିପୋର୍ଟ ଉପସ୍ଥାପନ ହେବାପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ତେବେ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ଘୋଷଣା କରିବାକୁ ନେଇ ମୁଖ୍ୟ ବିରୋଧୀ ଦଳ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଶ୍ନକାଳରେ ବିରୋଧୀ ସଦସ୍ୟମାନେ ମମିତା ମେହେର ପ୍ରସଙ୍ଗ ଉଠାଇ ସରକାରଙ୍କ ଆଭିମୁଖ୍ୟ ଜାଣିବାକୁ ଚାହିଁଥିଲେ । କିନ୍ତୁ ବାଚସ୍ପତି ଏକତରଫା ଭାବେ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ କଲେ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀ ଦଳର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାକୁ ବାଚସ୍ପତି ଗ୍ରହଣ କରିଥିଲେ । ସରକାରଙ୍କ ଚାପରେ ବାଚସ୍ପତି ଶୂନ୍ୟ କାଳ ଓ ମୁଲତବୀ ପ୍ରସ୍ତାବ ଆଲୋଚନା କାର୍ଯ୍ୟକ୍ରମକୁ କାହିଁକି ବାତିଲ କରିବାକୁ ପଛାଇ ନାହାନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଦଳର ବିଧାୟକମାନେ ପୁଲିସ ଡିଜି ଅଭୟଙ୍କୁ ସାକ୍ଷାତ କରି ମମିତା ମେହେର ହତ୍ୟା ମାମଲାର ତଦନ୍ତ ଠିକ୍ ଭାବେ ହୋଇନଥିବା ନେଇ ଅଭିଯୋଗ କରିଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କର ବୟାନକୁ ମାଜିଷ୍ଟ୍ରେଟ୍ ସମ୍ମୁଖରେ ରେକର୍ଡ କରାନଯିବା, ଷଡ଼ଯନ୍ତ୍ରରେ ସାମିଲ ଓ ସେକ୍ସ ସ୍କାଣ୍ଡାଲକୁ ନେଇ ପୁଲିସ କୌଣସି ତଦନ୍ତ କରିନଥିବା କଂଗ୍ରେସ ଅଭିଯୋଗ କରିବା ସହ ନିରପେକ୍ଷ ତଦନ୍ତ ଦାବି କରିଛି ।

ଅନ୍ୟପକ୍ଷରେ ଶାସକ ବିଜେଡି ବିଧାୟକମାନେ ପୂର୍ବାହ୍ନରେ ଗୃହ ମୁଲତବୀ ହେବାମାତ୍ରେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ କେନ୍ଦ୍ର ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇ ଧାରଣାରେ ବସିଥିଲେ । କେନ୍ଦ୍ର ସରକାର ଗ୍ୟାସ ଓ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି ବିଜେଡି କହିବା ସହ ଦର ହ୍ରାସ ନହେଲେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ବିଜେଡି ଆନ୍ଦୋଳନକୁ ଜୋରଦାର କରିବ ବୋଲି ଚେତାବନୀ ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story