Advertisment

ବନ୍ଧା ହେଲେ ନକଲି ଡାକ୍ତରଙ୍କ ଅସଲି ଦ୍ୱିତୀୟ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ ବନ୍ଧା ହେଲେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ଅସଲି ପତ୍ନୀ । ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ  ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୁଲିସ୍ । ରମେଶଙ୍କ କାରନାମା ପ୍ରଘଟ ପରଠୁ ଗୁଜରାଟର ଜାମନଗରରେ କାର୍ଯ୍ୟରତ ଥିବା କମଳା ଫେରାର ଥିଲେ । ରାଜ୍ୟରେ ତଥା ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିବା ପୁଲିସ୍‌ ଶେଷରେ ତାଙ୍କୁ ବାନ୍ଧିବାକୁ ସକ୍ଷମ ହୋଇଛି। କମଳାଙ୍କୁ କମିଶନରେଟ ପୁଲିସ୍‌ ରିମାଣ୍ଡରେ ଆଣି ପଚରାଉଚରା […]

ଅଦ୍ୟତନ ହୋଇଛି
ବନ୍ଧା ହେଲେ ନକଲି ଡାକ୍ତରଙ୍କ ଅସଲି ଦ୍ୱିତୀୟ ପତ୍ନୀ

ramesh & his second wife

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ ବନ୍ଧା ହେଲେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ଅସଲି ପତ୍ନୀ । ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ  ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୁଲିସ୍ । ରମେଶଙ୍କ କାରନାମା ପ୍ରଘଟ ପରଠୁ ଗୁଜରାଟର ଜାମନଗରରେ କାର୍ଯ୍ୟରତ ଥିବା କମଳା ଫେରାର ଥିଲେ । ରାଜ୍ୟରେ ତଥା ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିବା ପୁଲିସ୍‌ ଶେଷରେ ତାଙ୍କୁ ବାନ୍ଧିବାକୁ ସକ୍ଷମ ହୋଇଛି।

Advertisment

କମଳାଙ୍କୁ କମିଶନରେଟ ପୁଲିସ୍‌ ରିମାଣ୍ଡରେ ଆଣି ପଚରାଉଚରା କରିବ । ଏଥିସହ ଆବଶ୍ୟକ ସ୍ଥଳେ ରମେଶଙ୍କ ସହ ତାଙ୍କର ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି। ଏହାଦ୍ୱାରା ଆଉ କ’ଣ କ’ଣ ଗୁମର ସାମନାକୁ ଆସିବ ତାହା ଦେଖିବାକୁ ବାକି ରହିଲା।

୧୯ ମହିଳାଙ୍କ ସ୍ୱାମୀ ରମେଶ ୧୯୮୨ ମସିହାରେ କରିଥିଲେ ପ୍ରଥମ ବିବାହ।  ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ  କମଳା ସ୍ୱାଇଁଙ୍କୁ  ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ଦୁଇ ପିଲା ଅଛନ୍ତି।  କମଳାଙ୍କ ପରେ ସେ  ଆଉ  ୧୭ ମହିଳାଙ୍କୁ ବିବାହ କରିଥିଲେ । ରମେଶ ନିଜ ଦ୍ୱିତୀୟ ପତ୍ନୀ କମଳାଙ୍କ ଜାଣତରେ ଅନ୍ୟ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଏଥିରେ ରମେଶଙ୍କୁ ଭରପୁର ସାହାଯ୍ୟ, ସହଯୋଗ ଯୋଗାଇ ଆସୁଥିଲେ କମଳା।   କେବଳ କମଳା ନୁହନ୍ତି, ରମେଶଙ୍କ ଏହି ଅପରାଧରେ ତାଙ୍କ ଭଉଣୀ ଓ ଡ୍ରାଇଭର ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲେ। ଏଥଇସହ ରମେଶ ଲୁଟୁଥିବା ସୁନାଗହଣା, ଟଙ୍କାରେ ସେମାନେ ବି ବସାଉଥିଲେ ଭାଗ ।

Advertisment

ରମେଶ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲେ। କେତେବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲେ ରମଣୀରଞ୍ଜନ। ପରିଚୟ ବଦଳାଇ ଜଣେ ପରେ ଜଣେ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲା।  ୨୦୧୮ ମସିହାରେ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲେ। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲେ। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲେ।

ମହିଳାଙ୍କୁ ପ୍ରେମ୍‌ ଜାଲରେ ଫସାଇବା ପାଇଁ ସେ ଡ୍ରାମା କରୁଥିଲେ। କେତେବେଳେ ମିଛି ମିଛିକା କାନ୍ଦୁଥିଲେ ତ ଆଉ କେତେବେଳେ ଶରୀର ଅସୁସ୍ଥ ରହିଛି ବୋଲି ଅଭିନୟ କରୁଥିଲେ। ଯାହାକୁ ସହଜରେ ବିଶ୍ୱାସ କରିନେଉଥିଲେ ଅସହାୟ, ବିଧବା, ସ୍ୱାମୀ ପରିତ୍ୟକ୍ତା ମହିଳାମାନେ। ଆଉ ତା’ପରେ ସେମାନଙ୍କୁ ବିବାହ କରି ଅୟସ୍‌ କରୁଥିଲେ ରମେଶ।

Fake Doctor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe