କଠୋର ହେଲା ବୋର୍ଡ, ୩ କେନ୍ଦ୍ରରେ ଇଂରାଜୀ ପରୀକ୍ଷା ବାତିଲ୍‌ ନିଷ୍ପତ୍ତି

କଟକ(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ ପରୀକ୍ଷାରେ କପି ଅଭିଯୋଗରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୩ଟି ହାଇସ୍କୁଲରେ ଇଂରାଜୀ ପରୀକ୍ଷା ବାତିଲ ପାଇଁ ବୋର୍ଡ ନିଷ୍ପତ୍ତି ନେଇଛି। ଏହି ୩ଟି ପରୀକ୍ଷା କେନ୍ଦ୍ର ହେଉଛି ବଲାଙ୍ଗିର ଜିଲ୍ଲାର ଘୁନସର ସରକାରୀ ହାଇସ୍କୁଲ, ଢେଙ୍କାନାଳ ପଳାସପିଠାର ପି.ଆର୍ ହାଇସ୍କୁଲ ଓ କଟକ ଗୋପୀନାଥପୁରର କୃପାସିନ୍ଧୁ ନୋଡାଲ ହାଇସ୍କୁଲ। ଏହି ୩ଟି ସେଣ୍ଟରର ଇଂରାଜୀ ଖାତା ମୂଲ୍ୟାୟନ ନିଷ୍ପତ୍ତି ପରେ ନିର୍ଦ୍ଧାରଣ ହେବ ବୋଲି ବୋର୍ଡ […]

matric

matric

Manoranjan Sial
  • Published: Tuesday, 26 February 2019
  • Updated: 26 February 2019, 09:25 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ ପରୀକ୍ଷାରେ କପି ଅଭିଯୋଗରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୩ଟି ହାଇସ୍କୁଲରେ ଇଂରାଜୀ ପରୀକ୍ଷା ବାତିଲ ପାଇଁ ବୋର୍ଡ ନିଷ୍ପତ୍ତି ନେଇଛି। ଏହି ୩ଟି ପରୀକ୍ଷା କେନ୍ଦ୍ର ହେଉଛି ବଲାଙ୍ଗିର ଜିଲ୍ଲାର ଘୁନସର ସରକାରୀ ହାଇସ୍କୁଲ, ଢେଙ୍କାନାଳ ପଳାସପିଠାର ପି.ଆର୍ ହାଇସ୍କୁଲ ଓ କଟକ ଗୋପୀନାଥପୁରର କୃପାସିନ୍ଧୁ ନୋଡାଲ ହାଇସ୍କୁଲ। ଏହି ୩ଟି ସେଣ୍ଟରର ଇଂରାଜୀ ଖାତା ମୂଲ୍ୟାୟନ ନିଷ୍ପତ୍ତି ପରେ ନିର୍ଦ୍ଧାରଣ ହେବ ବୋଲି ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍‌ ସୂଚନା ଦେଇଛନ୍ତି।

୭ ଦିନ ମଧ୍ୟରେ ବୋର୍ଡର ପରୀକ୍ଷା କମିଟି ବସି ଏହି ନିଷ୍ପତ୍ତି ନେବ। ସେହିପରି ବାକି ଥିବା ପରୀକ୍ଷା ଗୁଡ଼ିକ ପାଇଁ ସଂପୃକ୍ତ ସ୍କୁଲରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ।

ମ୍ୟାଟ୍ରିକ୍‌ ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଖଞ୍ଜା ଯାଇଥିଲା। ‘ଅତି ସମ୍ୱେଦନଶୀଳ’ ପରୀକ୍ଷା କେନ୍ଦ୍ରରେ କପି ବନ୍ଦ କରିବାକୁ ୧୪୪ ଧାରା ଜାରି କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହା ସତ୍ତ୍ୱେ ଉପରୋକ୍ତ ପରୀକ୍ଷା କେନ୍ଦ୍ରରେ କପି ହୋଇଥିଲା। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ ବୋର୍ଡ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos