ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ସମେତ ବିଭିନ୍ନ ସ୍ଥାନରେ duty କରୁଥିବା ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅଭିଯୋଗ ଅନୁଯାୟୀ, ଏହି secruity ସଂସ୍ଥା ନିୟୋଜିତ କରିଥିବା ଗାର୍ଡମାନଙ୍କ ESI ଏବଂ EPF ଜମା କରୁନାହିଁ। ଫଳରେ ସେମାନେ ଅସୁସ୍ଥ ହେଲେ ଚିକିତ୍ସା ସୁବିଧା ପାଇ ପାରୁ ନାହାନ୍ତି ।
ଏହି ସଂସ୍ଥାର ମନୋଜ ଦାଶ ନାମକ ଗାର୍ଡ ଅସୁସ୍ଥ ହୋଇ IGH ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ESI କାର୍ଡ ନଥିବାରୁ ଚିକିତ୍ସାରେ ଅସୁବିଧା ହେଉଛି । ବାରମ୍ବାର କହିବା ପରେ ମଧ୍ୟ ଏହି ସଂସ୍ଥା EPF ଏବଂ ESI ଜମା କରୁନଥିବାରୁ ଶୁକ୍ରବାର ସଂସ୍ଥାର ସମସ୍ତ ଗାର୍ଡ କାମ ବନ୍ଦ କରି IGH ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ସଂସ୍ଥା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଚନ୍ଦ୍ରଭାଗା ବୁଡ଼ ପାଇଁ ବସିଲା ପ୍ରଥମ ସମନ୍ୱୟ ବୈଠକ
ଚନ୍ଦ୍ରଭାଗା ବୁଡ଼ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତିନି ଠାକୁରଙ୍କ ସେବାୟତଙ୍କ ଉପସ୍ଥିତିରେ ଠାକୁରମାନଙ୍କ ଶୋଭାଯାତ୍ରା ଓ ମହାସ୍ନାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।
Crime
ଦେଖି ପାରିଲେନି ଉଜୁଡ଼ା ଫସଲ, ଟଳି ପଡ଼ିଲେ ଚାଷୀ
ଅଦିନିଆ ବର୍ଷା ଯୋଗୁ ବର୍ଷକର ପରିଶ୍ରମ ଧୋଇ ଯାଇଥିବା ବେଳେ ଏହାକୁ ଦେଖି ସହି ପାରିଲେନି ଚାଷୀ। ପରିବାର ମୁହଁରେ କିପରି ଦାନା ଦେବେ ଭାବି ସେହିଠାରେ ହିଁ ସେ ଟଳି ପଡ଼ିଲେ।
Science & Environment
ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ଜିନ୍ନତ, ଖୁବ୍ ଶୀଘ୍ର ହେବ ଟ୍ରାଙ୍କୁଲାଇଜ
ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ବନ ବିଭାଗ ଜିନ୍ନତକୁ ଟ୍ରାକ କରୁଛନ୍ତି । ଜିନ୍ନତକୁ ଖାଦ୍ୟ ଦେବା ପାଇଁ ଚେଷ୍ଟା କରାଯାଉଛି । ଖାଦ୍ୟ ଗ୍ରହଣ କରିବା ପରେ ତାକୁ ଟ୍ରାଙ୍କୁଲାଇଜ୍ କରାଯିବ ।
Crime
ଚାଷ ଉଜାଡ଼ି ଦେଲା ଅଦିନିଆ ବର୍ଷା, ଜୀବନ ହାରିଲେ ଚାଷୀ
ଦୈତାରୀଙ୍କର ନିଜର କିଛି ବିଲ ନ ଥିବା ବେଳେ ସେ ଭାଗ ଚାଷ କରିଥାନ୍ତି। ଚଳିତ ବର୍ଷ ଚାଷ କରିବା ନିମନ୍ତେ ସେ ବହୁ ଟଙ୍କା଼ ଲୋନ୍ ବି କରିଥିଲେ।
Events & Festivals
ନୂଆ ବର୍ଷରେ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର, ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ
ଡିସେମ୍ବର ୩୧ ତାରିଖଠୁ ନୂଆବର୍ଷ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଆଶଙ୍କାରେ ପୁରୀରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।