ଦୀପାବଳି ପୂର୍ବରୁ ବାଣ ଗୋଦାମରେ ଚଢ଼ଉ

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଦୀପାବଳି ଥିବା ବେଳେ ଆଜି ସକାଳେ ବାଣ ଗୋଦାମରେ ଚଢ଼ଉ କରିଛି ପୁଲିସ୍। କଟକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାରରେ ଏହି ଚଢ଼ଉ କରାଯାଇଛି। ରେଡ୍‌ ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍‌ ତିନି ଜଣଙ୍କୁ ଅଟକ ରଖିଛି। ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାରରେ ବେଆଇନ ବାଣ ଗୋଦାମ ଚାଲିଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ […]

cuttack000

Tapaswini Nayak
  • Published: Saturday, 26 October 2019
  • , Updated: 26 October 2019, 09:54 AM IST

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଦୀପାବଳି ଥିବା ବେଳେ ଆଜି ସକାଳେ ବାଣ ଗୋଦାମରେ ଚଢ଼ଉ କରିଛି ପୁଲିସ୍। କଟକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାରରେ ଏହି ଚଢ଼ଉ କରାଯାଇଛି। ରେଡ୍‌ ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍‌ ତିନି ଜଣଙ୍କୁ ଅଟକ ରଖିଛି।

ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାରରେ ବେଆଇନ ବାଣ ଗୋଦାମ ଚାଲିଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ ଆଜି ସକାଳେ ପୁଲିସ୍ ଏହି ସବୁ ସ୍ଥାନରେ ଚଢ଼ଉ କରିଥିଲା।

ସୂଚନାଯୋଗ୍ୟ, କିଛି ଦିନ ତଳେ ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଓ ମହାଜନପୁର ଗାଁରେ ପୁଲିସ୍‌ ଚଢ଼ଉ କରି ୫୦ ଲକ୍ଷରୁ ଅଧିକ ଟଙ୍କାର ବାଣ, ବିସ୍ଫୋରକ, ଲୁହା ଗୁଣ୍ଡ ଓ ବାରୁଦ ଆଦି ଜବତ କରିଥିଲା।

Related story