ରତ୍ନଭଣ୍ଡାର ଖୋଲିବାରେ ବିଳମ୍ବ କରିବା ଅଫିସ୍‌ରଙ୍କ ଏକ ଅହଂଙ୍କାର, ସରକାରଙ୍କ ଉପରେ ସନ୍ଦେହ ବଢ଼ୁଛି: ବିଜୟ ମହାପାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉଥିବା ଓଡ଼ିଶା ହାଇକୋର୍ଟର ଆମିକସକ୍ୟୁରି ଏନ୍.କେ ମହାନ୍ତିଙ୍କ ମତ ପ୍ରକାଶ ପରେ ବିରୋଧୀ ଦଳ ନେତାଙ୍କ ପକ୍ଷରୁ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ଦାବି ଜୋର ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ବିଳମ୍ବ କରିବା ଅଫିସ୍‌ରଙ୍କ ଏକ ଅହଂଙ୍କାର। ରତ୍ନଭଣ୍ଡାର ଓ ଏହା ଭିତରେ ଥିବା ସମ୍ପତ୍ତି ସୁରକ୍ଷିତ […]

bijaya-mohapatra

bijaya-mohapatra

Niranjan Mishra
  • Published: Sunday, 18 September 2022
  • Updated: 18 September 2022, 05:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉଥିବା ଓଡ଼ିଶା ହାଇକୋର୍ଟର ଆମିକସକ୍ୟୁରି ଏନ୍.କେ ମହାନ୍ତିଙ୍କ ମତ ପ୍ରକାଶ ପରେ ବିରୋଧୀ ଦଳ ନେତାଙ୍କ ପକ୍ଷରୁ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ଦାବି ଜୋର ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ବିଳମ୍ବ କରିବା ଅଫିସ୍‌ରଙ୍କ ଏକ ଅହଂଙ୍କାର। ରତ୍ନଭଣ୍ଡାର ଓ ଏହା ଭିତରେ ଥିବା ସମ୍ପତ୍ତି ସୁରକ୍ଷିତ ଅଛି ନା ନାହିଁ ତାହାକୁ ନେଇ ଲୋକଙ୍କ ସନ୍ଦେହ ସରକାରଙ୍କ ଉପରେ ବଢ଼ୁଛି। କାରଣ ଶ୍ରୀମନ୍ଦିର ରକ୍ଷଣାବକ୍ଷଣରେ ବ୍ୟାପକ ଅବହେଳା କରାଯାଇଛି। ଯାହା ଆମିକସକ୍ୟୁରିଙ୍କ ସମୀକ୍ଷା ପରେ ଜଣାପଡ଼ିଛି। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍‌ଆର ରହିଛି। ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାରଙ୍କ କାମ ଖୁବ୍ କମ୍। ତେଣୁ ଏଏସଆଇ ଠିକ୍ ଭାବେ କାମ କରିନାହିଁ ବୋଲି ସ୍ପଷ୍ଟ ହୋଇଛି।

ପୁରୀବାସୀଙ୍କ ସମେତ ସମଗ୍ର ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଦାବି ରତ୍ନଭଣ୍ଡାର ଖୋଲାଯାଉ। ଏକଦା ରତ୍ନଭଣ୍ଡାର ସ୍ଥିତି ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରି ଯାଞ୍ଚ କରିବାକୁ କହିଥିଲେ। ହେଲେ କିଛି ଅଫିସ୍‌ର ରତ୍ନଭଣ୍ଡାର ଚାବି ନ ପାଇ ଫେରି ଆସିଲେ ବୋଲି ବାହାନା କରିଦେଲେ। ରାଜ୍ୟ ସରକାର ମଧ୍ୟ ଏହା ପର ଠାରୁ ରତ୍ନ ଭଣ୍ଡାର ଖୋଲିବାକୁ ପଦକ୍ଷେପ ନେଲେ ନାହିଁ। ବଡ଼ ବଡ଼ିଆ ବାବୁମାନଙ୍କ ଭ୍ରମ ରହିଛି, ଏହା ରାଜ୍ୟ ସରକାରଙ୍କ ସମ୍ପତ୍ତି। ହେଲେ ଏହା ରାଜ୍ୟ ସରକାରଙ୍କ ସମ୍ପତ୍ତି ନୁହେଁ। ତାହା ଖୋଲାଯିବା ତୁରନ୍ତ ଆବଶ୍ୟକ। ୨୭ ବର୍ଷ ହେବ ରତ୍ନଭଣ୍ଡାର ନ ଖୋଲି ରାଜ୍ୟ ସରକାର ଓଲଟା ବିପଦକୁ ଟାଣୁଛନ୍ତି। ଏଏସ୍‌ଆଇ ମଧ୍ୟ ରତ୍ନଭଣ୍ଡାର ପ୍ରତି ବିପଦ ଥିବା କହିସାରିଛି।

୧୯୭୮, ୧୯୮୨, ୧୯୮୫ରେ ୩ ଥର ରତ୍ନଭଣ୍ଡାର ଖୋଲା ଯାଇଥିଲା । ରତ୍ନଭଣ୍ଡାର କମିଟି ଗଠନ ହୋଇଥିଲା। ତାହାର ରିପୋର୍ଟରେ ରହିଛି। ରତ୍ନଭଣ୍ଡାର ଭିତରେ ୧୨୮୩୮ ଭାରି ସୁନା ଅଛି। ଏ ପ୍ରକ୍ରିୟାରେ ସାମିଲ ହୋଇଥିବା ଲୋକ ତାମିଲନାଡୁରୁ ଆସିଥିଲେ। ୩ ମାସ ରହିଲେ ରିପୋର୍ଟ ସରକାରଙ୍କୁ ଦେଲେ। ତିନୋଟି ରତ୍ନର ଚିହ୍ନଟ କିମ୍ୱା ଓଜନ କରି ହେଲା ନାହିଁ। ରତ୍ନର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ। ୧୯୮୨ ଓ ୧୯୮୫ରେ ଯଦି ଖୋଲା ହୋଇ ଗଣତି ହୋଇଥିଲା ତେବେ ଏବେ ଖୋଲିକି ଗଣତିରେ ଅସୁବିଧା କେଉଁଠି।

ରତ୍ନଭଣ୍ଡାର ଖୋଲିବାକୁ  ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ରତ୍ନଭଣ୍ଡାର ମାଲିକ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ସରକାରୀ ଅଧିକାରୀ ଭାବୁଛନ୍ତି ରତ୍ନଭଣ୍ଡାର ମାଲିକ ସରକାର। ସେଥି ପାଇଁ ଖୋଲୁ ନାହାନ୍ତି। ଯଦିଓ ଶ୍ରୀମନ୍ଦିର ଆଇନ୍‌ର ସେକ୍ସନ ୫ରେ ଏକମାତ୍ର ପ୍ରାବଧାନ ରହିଛି ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିବେ। ହେଲେ ତାହାମାନେ ନୁହେଁ ଅନୁମତି ବିଳମ୍ବରେ ପ୍ରଦାନ କରିବାରେ ସରକାର ଜାଣିଶୁଣି ବିଳମ୍ବ କରିବେ। ଯେଉଁମାନେ ଏଭଳି କରୁଛନ୍ତି ଆଇନର ଅବମାନନା କରୁଛନ୍ତି। ରାଜ୍ୟ ସରକାର ଏ ଚରମ ଅବହେଳାରୁ କ୍ଷାନ୍ତ ହୁଅନ୍ତୁ। ପ୍ରସ୍ତାବର ଆବଶ୍ୟକତା ନାହିଁ, ସରକାର ଚାହିଁଲେ ରତ୍ନଭଣ୍ଡାର ଖୋଲି ପାରିବେ। ଅଫିସ୍‌ରମାନେ ମହାପ୍ରଭୁଙ୍କ ସମ୍ପତ୍ତିର ରକ୍ଷକ, ମାଲିକ ନୁହେଁ। ରାଜ୍ୟ ସରକାର ଯେତେ ବିଳମ୍ବ କରିବେ ସେତେ ସନ୍ଦେହକୁ ଆସିବେ। ଗଜପତି ମହାରାଜା ମଧ୍ୟ ଏହାର ନେତୃତ୍ୱ ନେବା ଦରକାର ଖାଲି କହିଦେଇ ଘରେ ବସିଲେ ହେବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବିଜୟ ମହାପାତ୍ରଙ୍କ ଅଭିଯୋଗ ଉପରେ ବିଜେଡ଼ି ମୁଖପାତ୍ର ଲେଲିନ ମହାନ୍ତି କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ବିଗତ ଶହେ ବର୍ଷ ହେବ ଯାହା ହୋଇ ନଥିଲା ତାହା ଏବେ ହେଉଛି।  ଲୋକେ ଏହାକୁ ପ୍ରସଂଶା କରୁଛନ୍ତି। କିଛି ବ୍ୟକ୍ତି ସଦା ବେଳେ ନିନ୍ଦୁକ ସାଜି ଲୋକ ସମ୍ପର୍କ ବଢାଇବା ପାଇଁ ପ୍ରୟାସ କରନ୍ତି। ସରକାର ପ୍ରତ୍ୟକ ଜିନିଷ ଉପରେ ତତ୍ପର ରହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ, ରତ୍ନ ଭଣ୍ଡାର ସହ ସଂସ୍କାର ବାବଦରେ ସରକାର କହିସାରି ସାରିଛନ୍ତି। ତେଣୁ ବିଜୟ ମହାପାତ୍ରଙ୍କ ବୟାନର ଯଥାର୍ଥତା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story