‘କିଡ୍‌ନୀ ଯଦି ଖରାପ ଥିଲା, ବିରିୟାନି କିପରି ଖାଉଥିଲା?’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାକୁ ୫ ଦିନ ବିତିବାକୁ ବସିଲାଣି। ହେଲେ ଟେର ପାଉନି ପୁଲିସ୍‌। ଗୃହ ବିଭାଗ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଏଭଳି ଘଟଣା ଘଟିଯାଇଥିବା ବେଳେ ଚୁପ୍‌ ରହିଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ୬  କନେଷ୍ଟବଲଙ୍କୁ ସସପେଣ୍ଡ କରି ଚୁପ୍ ରହିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ହାଇଦର ଖସିବା ପଛରେ ବଡ଼ ହାତ ରହିଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର। ହାଇଦର ଫେରାର ଘଟଣାରେ ଗତକାଲି ବରିଷ୍ଠ ବିଜେପି […]

Haidar & Prakas Mishra

Niharika Rout
  • Published: Wednesday, 14 April 2021
  • , Updated: 14 April 2021, 02:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାକୁ ୫ ଦିନ ବିତିବାକୁ ବସିଲାଣି। ହେଲେ ଟେର ପାଉନି ପୁଲିସ୍‌। ଗୃହ ବିଭାଗ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଏଭଳି ଘଟଣା ଘଟିଯାଇଥିବା ବେଳେ ଚୁପ୍‌ ରହିଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ୬  କନେଷ୍ଟବଲଙ୍କୁ ସସପେଣ୍ଡ କରି ଚୁପ୍ ରହିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ହାଇଦର ଖସିବା ପଛରେ ବଡ଼ ହାତ ରହିଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର।

ହାଇଦର ଫେରାର ଘଟଣାରେ ଗତକାଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସରକାରଙ୍କୁ ଓ ପୁଲିସ୍‌ ବିଭାଗକୁ ଟାର୍ଗେଟ କରିଥିବା ବେଳେ ଆଜି ସରକାରଙ୍କୁ ପ୍ରଶ୍ନବାଣରେ ଘେରିଛନ୍ତି ପ୍ରକାଶ ମିଶ୍ର।

ହାଇଦରକୁ ବାରମ୍ବାର କାହିଁକି ସମ୍ବଲପୁରରୁ କଟକ ଅଣାଯାଉଥିଲା? ହାଇଦର ଚିକିତ୍ସା ପାଇଁ ସମ୍ବଲପୁରରୁ କଟକ ପଠାଇବା ପାଇଁ କିଏ ସୁପାରିସ କରିଥିଲ? କଟକରେ ପ୍ରକୃତରେ ଚିକିତ୍ସା ଚାଲିଥିଲା କି ନାହିଁ ସେ ସମ୍ପର୍କରେ କେହି ଏ ଯାଏ କିଛି ସ୍ପଷ୍ଟୀକରଣ ରଖି ନାହାନ୍ତି। ଏପରିକି ଚିକିତ୍ସା ପାଇଁ ୩ ଥର କଟକ ରେଫର କରାଯାଇଥିବା ଶୁଣିବାକୁ ମିଳୁଛି ବୋଲି କହିଛନ୍ତି  ପ୍ରକାଶ ମିଶ୍ର।

କିଡନୀ ସମସ୍ୟା ଥିବା କୁହାଯାଇ ହାଇଦରକୁ ସମ୍ବଲପୁରରୁ କଟକ ଅଣାଯାଇ ଥିଲା। ସାଧାରଣ ରୋଗୀକୁ କ୍ୟାବିନ ମିଳୁନଥିବା ବେଳେ ହାଇଦରକୁ  କ୍ୟାବିନ ଦେବା ପାଇଁ SCBରେ କିଏ ସୁପାରିସ କରିଥିଲେ? ଜଣେ କିଡନୀ ରୋଗୀ ଚିକିତ୍ସାଧୀନ ଥିବା ବେଳେ କିପରି ବିରିୟାନୀ ଖାଉଥିଲା ତାହା ସମସ୍ତଙ୍କୁ ଚକିତ କରୁଛି। ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ପାଇଁ କାହାର ଓ କାହିଁକି ଏତେ ସମ୍ବେଦନଶୀଳ ମନୋଭାବ ପ୍ରକାଶ ପାଇଥିଲା ବୋଲି ଆଜି ବିଜେପିର ପ୍ରେସ୍‌ମିଟରେ ପ୍ରଶ୍ନ ପଚାରିଛନ୍ତି ପ୍ରକାଶ ମିଶ୍ର।

ସବୁଠୁ ବଡ଼ କଥା ହେଲା ହାଇଦର ଖସିଯିବାର ୩ ଘଣ୍ଟା ପର୍ଯ୍ୟନ୍ତ ସ୍ଥାନୀୟ ପୁଲିସକୁ କୌଣସି ସୂଚନା ଦିଆଯାଇ  ନଥିଲା। ଚେକ୍ ଗେଟ୍ ପାରି ହେଲା ପରେ ହୁଏତ ଜଣାଯିବାକୁ ଯୋଜନା ଥିବ। ପୋଲିସ-ଜେଲ-ମେଡିକାଲ ସମନ୍ୱୟ ନଥିଲେ ଏସବୁ ଘଟଣାକୁ ସଫଳ କରିବା ସମ୍ଭବ ନୁହେଁ। ଏହି ସମନ୍ୱୟ ପଛରେ କୌଣସି ବଡ଼ ଲୋକର ହାତ ଥିବ। ସେହି ବଡ଼ ଲୋକ କିଏ ସାମ୍ନାକୁ ଆସିବା ଦରକାର ବୋଲି କହିଛନ୍ତି ପ୍ରକାଶ ମିଶ୍ର।

Related story