‘କ’ଣ କରିଛି ଯେ ମୁଁ କ୍ଷମା ମାଗିବି, ଆଗ ନିରଞ୍ଜନ ଓ ଜୟଦେବ କ୍ଷମା ମାଗନ୍ତୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁଁ କ୍ଷମା ପ୍ରାର୍ଥନା କରିବିନି। କ’ଣ କରିଛି ଯେ ମୁଁ କ୍ଷମା ମାଗିବି। ନିରଞ୍ଜନ ପଟ୍ଟନାୟକ ଆଗେ କ୍ଷମା ମାଗନ୍ତୁ। ଜୟଦେବ ଜେନା କ୍ଷମା ମାଗନ୍ତୁ। ତା’ହେଲେ ମୁଁ କ୍ଷମା ମାଗିବି। ଯଦି ସେମାନେ କ୍ଷମା ନ ମାଗିବେ, ତା’ହେଲେ ମୁଁ କାହିଁକି ମାଗିବି।’ କଂଗ୍ରେସର ସଭାପତି କିଏ ହେବ, ସେ ନିଷ୍ପତ୍ତି ନବୀନ ପଟ୍ଟନାୟକ ନିଅନ୍ତି ବୋଲି ଗଣମାଧ୍ୟମରେ କିଭଳି ଓ କେଉଁ ପରିସ୍ଥିତିରେ ବୟାନ ଦେଲେ ତା’ର ସନ୍ତୋଷଜନକ ଉତ୍ତର […]

Sura

Sura

Jitendra Garnayak
  • Published: Tuesday, 26 April 2022
  • Updated: 26 April 2022, 09:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁଁ କ୍ଷମା ପ୍ରାର୍ଥନା କରିବିନି। କ’ଣ କରିଛି ଯେ ମୁଁ କ୍ଷମା ମାଗିବି। ନିରଞ୍ଜନ ପଟ୍ଟନାୟକ ଆଗେ କ୍ଷମା ମାଗନ୍ତୁ। ଜୟଦେବ ଜେନା କ୍ଷମା ମାଗନ୍ତୁ। ତା’ହେଲେ ମୁଁ କ୍ଷମା ମାଗିବି। ଯଦି ସେମାନେ କ୍ଷମା ନ ମାଗିବେ, ତା’ହେଲେ ମୁଁ କାହିଁକି ମାଗିବି।’ କଂଗ୍ରେସର ସଭାପତି କିଏ ହେବ, ସେ ନିଷ୍ପତ୍ତି ନବୀନ ପଟ୍ଟନାୟକ ନିଅନ୍ତି ବୋଲି ଗଣମାଧ୍ୟମରେ କିଭଳି ଓ କେଉଁ ପରିସ୍ଥିତିରେ ବୟାନ ଦେଲେ ତା’ର ସନ୍ତୋଷଜନକ ଉତ୍ତର ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ନୋଟିସ୍ ପଠାଇଥିବା ବେଳେ ସେ ଏମିତି ପ୍ରତିକ୍ରିୟା ରଖିଛନ୍ତି।

ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି, ମୁଁ କାରଣ ଦର୍ଶାଅ ନୋଟିସ୍ ପାଇଛି। ତା’ ଉତ୍ତର ଦେବି। ସେମିତି କିଛି ବିରାଟ ଭୁଲ୍ କରିନି ଯେ ମୁଁ ଉତ୍ତର ଦେବିନି। ମୁଁ ଯାହା କହିଛି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ ସେହି କଥା କହିଥିଲେ। ଜୟଦେବ ଜେନା ବି କହିଥିଲେ। ଆଉ ମୁଁ କହିଦେଲି ଯେ କ’ଣ ଭାସିଗଲା?

ସେ ଆହୁରି କହିଛନ୍ତି, ମୁଁ ନବୀନ ନିବାସ ପଟେ ଯାଉଥିଲି। ସାମ୍ବାଦିକ ଭାଇମାନେ ଘେରି ଗଲେ। ସେମାନେ କହିଲେ ବିଜେଡି ପଞ୍ଚାୟତ ଓ ମ୍ୟୁନିସିପାଲିଟିରେ ୯୦ ଭାଗ ଜିତି ସମୀକ୍ଷା କରୁଛନ୍ତି କେମିତି ୧୦୦ ଭାଗ ନେବ। ଏହା ଶୁଣି ମୁଁ କହିଲି ତାଙ୍କର ତ ସବୁ। ନବୀନ ବାବୁଙ୍କର ସବୁ। ତା’ପରେ ସାମ୍ବାଦିକମାନେ ପଚାରିଲେ ନିରଞ୍ଜନ ପଟ୍ଟନାୟକ କ’ଣ ତାଙ୍କର? ମୁଁ କହିଲି ନିରଞ୍ଜନ ତାଙ୍କର। ଚେଲା କୁମାର ବି ତାଙ୍କର। କହୁ କହୁ କହିଦେଲି, ଗୋଟେ ସ୍ଲିପ୍ କରି ଗଲା। କ’ଣଟା ଭାସିଗଲା ସେଠୁ। ଏୟା ହୋଇଛି କଥା। ଏହା ସହିତ ମୁଁ କହିଥିଲି, ସମସ୍ତେ ଶୁଣିଥାଅ କଂଗ୍ରେସ ଏକ ଜାତୀୟ ଦଳ। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଏହାର ନେତା। ଆମେ ସବୁ କ୍ୟାଡର। ଆମକୁ କେହି ପରିବର୍ତ୍ତନ କରିପାରିବେନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story