୨ ମାସ ପରେ ଜେଲ୍‌ରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖାପାଖି ୨ ମାସ ପରେ ଜେଲରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ଅର୍ଦ୍ଧେନ୍ଦୁଙ୍କୁ ଦୁଇ ଦିନ ତଳେ ହାଇକୋର୍ଟରୁ ଜାମିନ ମିଳିଥିବା ବେଳେ ଗତକାଲି ସେ ଝାରପଡ଼ା ଜେଲ୍‌ରୁ ମୁକୁଳିଛନ୍ତି । ସୂଚନା ଥାଉକି, ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି। ଏନେଇ ଅର୍ଦ୍ଧେନ୍ଦୁଙ୍କୁ ଦୁଇ ଥର ନୋଟିସ୍ ପରେ ବି ସେ ହାଜର ହୋଇଥିବା EOW ପକ୍ଷରୁ କୁହାଯାଇଥିଲା । ଏହାପରେ ଗତ ଜୁନ୍ ୨୯ […]

ardhendu-das

  • Published: Tuesday, 30 August 2022
  • , Updated: 30 August 2022, 08:30 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖାପାଖି ୨ ମାସ ପରେ ଜେଲରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ଅର୍ଦ୍ଧେନ୍ଦୁଙ୍କୁ ଦୁଇ ଦିନ ତଳେ ହାଇକୋର୍ଟରୁ ଜାମିନ ମିଳିଥିବା ବେଳେ ଗତକାଲି ସେ ଝାରପଡ଼ା ଜେଲ୍‌ରୁ ମୁକୁଳିଛନ୍ତି ।

ସୂଚନା ଥାଉକି, ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି। ଏନେଇ ଅର୍ଦ୍ଧେନ୍ଦୁଙ୍କୁ ଦୁଇ ଥର ନୋଟିସ୍ ପରେ ବି ସେ ହାଜର ହୋଇଥିବା EOW ପକ୍ଷରୁ କୁହାଯାଇଥିଲା । ଏହାପରେ ଗତ ଜୁନ୍ ୨୯ ତାରିଖ ରାତିରେ ଅର୍ଦ୍ଧେନ୍ଦୁଙ୍କୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରୁ ଉଠାଇ ନେଇ ଜେରା କରିବା ପରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ EOW। ସେବେଠୁ ସେ ଝାରପଡ଼ା ଜେଲ୍‌ରେ  ଥିଲେ ।

ଦିଲ୍ଲୀର ଜଣେ ବ୍ୟବସାୟୀ ଗଗନଦୀପ ଚାୱଲାଙ୍କ ନିକଟରୁ ଅର୍ଦ୍ଧେନ୍ଦୁ ଦାସ ନିଜ ଚ୍ୟାନେଲ ପାଇଁ ପ୍ରାୟ କୋଟିଏ ଟଙ୍କାର  ଜିନିଷ କିଣିଥିଲେ। ମାତ୍ର ସେ ଏହି ଟଙ୍କା ଦେଇ ନ ଥିବା ନେଇ ବ୍ୟବସାୟୀଜଣକ EOW ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାର ଖୋଳତାଡ଼ କରି EOW ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରାଯାଇଥିଲା।

[caption id="attachment_762181" align="aligncenter" width="650"] ଜେଲ୍‌ରୁ ମୁକୁଳିବା ପରେ ଅର୍ଦ୍ଧେନ୍ଦୁ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଛନ୍ତି।[/caption]

ଜେଲ୍‌ରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଅର୍ଦ୍ଧେନ୍ଦୁ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଆ ଏହି ସମୟରେ ମୋ ସହ ଛିଡା ହୋଇଥିବାରୁ ମୁଁ ସେମାନଙ୍କ ପାଖରେ ଋ଼ଣୀ । ଯୁଗେ ଯୁଗେ ସତ୍ୟର, ଧର୍ମର ଜୟ ହୋଇଛି। ଯାହା ଜଣାଇବି କାଳିଆ ପାଖକୁ ଯାଇ ଜଣାଇବି ।

ଅପରପକ୍ଷେ, ଅର୍ଦ୍ଧେନ୍ଦୁ ଦାସଙ୍କ ନାମରେ ବରଗଡ଼ ଥାନା, ମର୍କତନଗରୀ ଥାନା ଓ ପୁରୀଘାଟ ଥାନାରେ ଆଉ ୩ଟି ମାମଲା ରୁଜୁ ହୋଇଥିଲା। ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଘରଭଡ଼ା ବାବଦ ଦେୟ ଅର୍ଦ୍ଧେନ୍ଦୁ ଦାସ ଦେଇ ନ ଥିବା ନେଇ ଘରମାଲିକ ବରଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅର୍ଦ୍ଧେନ୍ଦୁଙ୍କ ଚ୍ୟାନେଲରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଦରମା ପାଇ ନ ଥିବା ନେଇ ମର୍କତନଗରୀ ଥାନାରେ ଅଭିଯୋଗ କରିଥିଲେ। ଏହାବାଦ ପୁରୀଘାଟ ଥାନାରେ ଅର୍ଦ୍ଧେନ୍ଦୁ ଦାସଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଥିଲା।

Related story