ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ବିୟୋଗ

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ଅଶୋକ ମହାପାତ୍ରଙ୍କ ଆଜି ବିୟୋଗ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ଗତ କିଛି ଦିନ ହେଲା କିଡ୍‌ନି ଜନିତ ରୋଗରେ ପୀଡିତ ହୋଇ ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ହାଇକୋର୍ଟରେ ରଥଯାତ୍ରାଠାରୁ ଆରମ୍ଭ କରି ଦୁର୍ଗା ପୂଜା ଓ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ସଫଳତାର ସହ ପରିଚାଳନା […]

ashok-mohapatra

Manoranjan Sial
  • Published: Saturday, 07 November 2020
  • , Updated: 07 November 2020, 07:52 PM IST

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ଅଶୋକ ମହାପାତ୍ରଙ୍କ ଆଜି ବିୟୋଗ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା।

ଗତ କିଛି ଦିନ ହେଲା କିଡ୍‌ନି ଜନିତ ରୋଗରେ ପୀଡିତ ହୋଇ ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ହାଇକୋର୍ଟରେ ରଥଯାତ୍ରାଠାରୁ ଆରମ୍ଭ କରି ଦୁର୍ଗା ପୂଜା ଓ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ସଫଳତାର ସହ ପରିଚାଳନା କରିଥିଲେ। ତାଙ୍କ ଵିୟୋଗରେ ହାଇକୋର୍ଟ ସମେତ ଅନ୍ୟାନ୍ୟ କୋର୍ଟର ଆଇନ୍‌ଜୀବୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ବହୁ ଆଇନଜୀଵୀ ତଥା ଗଣମାନ୍ୟ ବ୍ୟକ୍ତି ତେଲେଙ୍ଗା ବଜାର ସ୍ଥିତ ତାଙ୍କ ବାସଭବନକୁ ଯାଇ ତାଙ୍କ ମରଶରୀରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Related story