ଜିଲ୍ଲା କମିଟିରୁ ବିଜୟ ବହିଷ୍କୃତ: ପ୍ରତିକ୍ରିୟାରେ କହିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତେଜିଲା କେନ୍ଦ୍ରାପଡ଼ା ବିଜେପି କନ୍ଦଳ। ଜିଲ୍ଲା ବିଜେପିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ଆଜି ବହିଷ୍କୃତ ହୋଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ଏହାଛଡ଼ା ବିଜୟ ଓ ତାଙ୍କ ସମର୍ଥକଙ୍କୁ ମଧ୍ୟ ଦଳରୁ ବହିଷ୍କାର କରିବା ଲାଗି ରାଜ୍ୟ ସଭାପତିଙ୍କୁ ସୁପାରିସ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ। ଏହାର ଜବାବ ରଖିଛନ୍ତି ବିଜୟ। ସେ କହିଛନ୍ତି-“ଦଳରୁ ବାହାର କରିବା ପାଇଁ […]

bijayimage

Rakesh Mallick
  • Published: Friday, 22 December 2017
  • , Updated: 22 December 2017, 04:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତେଜିଲା କେନ୍ଦ୍ରାପଡ଼ା ବିଜେପି କନ୍ଦଳ। ଜିଲ୍ଲା ବିଜେପିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ଆଜି ବହିଷ୍କୃତ ହୋଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ଏହାଛଡ଼ା ବିଜୟ ଓ ତାଙ୍କ ସମର୍ଥକଙ୍କୁ ମଧ୍ୟ ଦଳରୁ ବହିଷ୍କାର କରିବା ଲାଗି ରାଜ୍ୟ ସଭାପତିଙ୍କୁ ସୁପାରିସ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ।

ଏହାର ଜବାବ ରଖିଛନ୍ତି ବିଜୟ। ସେ କହିଛନ୍ତି-“ଦଳରୁ ବାହାର କରିବା ପାଇଁ ଯୋଜନାବଦ୍ଧ ଭାବେ ଚକ୍ରାନ୍ତ କରାଯାଉଛି। ଯଦି ମୁଁ ଗଲାପରେ ଦଳ ଶକ୍ତିଶାଳୀ ହେବ, ତାହାହେଲେ ଭଲ କଥା।”

ସେ ଆହୁରି କହିଛନ୍ତି-“ରାଜ୍ୟସ୍ତରୀୟ ନେତା ଷଡ଼ଯନ୍ତ୍ର କରୁଛନ୍ତି। ମିଛ କହିବା, ଅପପ୍ରଚାର କରିବା ବର୍ତ୍ତମାନ ମୂଳ ଏଜେଣ୍ଡା ହୋଇଛି। ଦଳର କାମ ଲୋକଙ୍କ ସ୍ୱାର୍ଥ ନୁହେଁ। ବିଜୟ ମହାପାତ୍ର ବିରୋଧରେ ଚକ୍ରାନ୍ତ ମୁଖ୍ୟ କାମ ହୋଇଛି।”

Related story