ଢେଙ୍କାନାଳରେ ସିରିଜ୍‌ ଦୁର୍ଘଟଣା, ୨ ମୃତ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳରେ ସିରିଜ୍‌ ଦୁର୍ଘଟଣା ଘଟି ୨ ଜଣଙ୍କ ଜୀବନ ଯାଇଛି। ଗୋଟିଏ ଟ୍ରକ୍‌ ଦୁଇଟି ବାଇକ୍‌କୁ ଧକ୍କା ଦେବାରୁ  ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଦୁଇ ଜଣ ଗୁରୁତର ହୋଇଛନ୍ତି।  ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଥମେ ଟ୍ରକ୍‌ଟି ଶକ୍ତି ସୁଗାର୍ କାରଖାନା ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଏହାପରେ ପୁଣି କୋରିଆଁ ଛକରେ ଆଉ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଖବର ଲେଖାଯିବା ସୁଦ୍ଧା ମୃତଦେହ […]

dkl-1234

Niharika Rout
  • Published: Monday, 23 September 2019
  • , Updated: 23 September 2019, 02:17 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳରେ ସିରିଜ୍‌ ଦୁର୍ଘଟଣା ଘଟି ୨ ଜଣଙ୍କ ଜୀବନ ଯାଇଛି। ଗୋଟିଏ ଟ୍ରକ୍‌ ଦୁଇଟି ବାଇକ୍‌କୁ ଧକ୍କା ଦେବାରୁ  ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଦୁଇ ଜଣ ଗୁରୁତର ହୋଇଛନ୍ତି।  ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରଥମେ ଟ୍ରକ୍‌ଟି ଶକ୍ତି ସୁଗାର୍ କାରଖାନା ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଏହାପରେ ପୁଣି କୋରିଆଁ ଛକରେ ଆଉ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଖବର ଲେଖାଯିବା ସୁଦ୍ଧା ମୃତଦେହ ଦୁଇଟି ରାସ୍ତାରେ ପଡ଼ିଥିବାରୁ ଏନ୍‌ଏଚ୍‌ ୫୫ର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକିଛି। ଏଥିଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ମୃତକ ୨ଜଣଙ୍କ ପରିଚୟ ମିଳି ପାରି ନାହିଁ।

Related story