ବିଜେଡି ବିଧାୟିକାଙ୍କ ଭଡ଼ା ଘରେ ଭଙ୍ଗାରୁଜା, ଗାଁରେ ସିରିଜ ବୋମା ମାଡ଼

ଖଲିକୋଟ (ସିଲୁ ବିଶ୍ୱାଳ): ଦିନ ଦି’ପହରରେ ଖଲିକୋଟ୍‌ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୃତ୍ତମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ବିଧାୟିକା ଘରେ ଥିବା ଭାବି ଦୁର୍ବୃତ୍ତମାନେ ଆକ୍ରମଣ କରିବାକୁ ଯାଇଥିଲେ। ମାତ୍ର  ଘରେ ତାଲା ପଡ଼ିଥିବା ଦେଖି ଦୁର୍ବୃତ୍ତମାନେ ବାହାରେ ଭଂଗାରୁଜା କରିଛନ୍ତି। ଏପରିକି ଘରେ ଲାଗିଥିବା କାଚ ଓ ୨ଟି ବାଇକ ଭାଙ୍ଗି ଦେଇଛନ୍ତି। ପରେ ଦୁର୍ବୃତ୍ତମାନେ ବିଧାୟିକାଙ୍କ ନିଜ ଗାଁ କେଶପୁର ପାଟଣାସାହିରେ ସମର୍ଥକଙ୍କ ଉପରେ ବୋମା ମାଡ଼ କରିଛନ୍ତି। ବିଧାୟକଙ୍କ ସମର୍ଥକଙ୍କ ଉପରକୁ […]

Suryamani Baidya

Manoranjan Sial
  • Published: Thursday, 05 August 2021
  • , Updated: 05 August 2021, 06:46 PM IST

ଖଲିକୋଟ (ସିଲୁ ବିଶ୍ୱାଳ): ଦିନ ଦି’ପହରରେ ଖଲିକୋଟ୍‌ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୃତ୍ତମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ବିଧାୟିକା ଘରେ ଥିବା ଭାବି ଦୁର୍ବୃତ୍ତମାନେ ଆକ୍ରମଣ କରିବାକୁ ଯାଇଥିଲେ। ମାତ୍ର  ଘରେ ତାଲା ପଡ଼ିଥିବା ଦେଖି ଦୁର୍ବୃତ୍ତମାନେ ବାହାରେ ଭଂଗାରୁଜା କରିଛନ୍ତି। ଏପରିକି ଘରେ ଲାଗିଥିବା କାଚ ଓ ୨ଟି ବାଇକ ଭାଙ୍ଗି ଦେଇଛନ୍ତି। ପରେ ଦୁର୍ବୃତ୍ତମାନେ ବିଧାୟିକାଙ୍କ ନିଜ ଗାଁ କେଶପୁର ପାଟଣାସାହିରେ ସମର୍ଥକଙ୍କ ଉପରେ ବୋମା ମାଡ଼ କରିଛନ୍ତି। ବିଧାୟକଙ୍କ ସମର୍ଥକଙ୍କ ଉପରକୁ ଏକାଧିକ ବୋମା ଫିଙ୍ଗା ଯାଇଥିବା ଜଣାପଡ଼ିଛି। ଏପରିକି ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ବୋମାମାଡ଼ରେ ୪ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଆଲୋଚନା ହେଉଛି। ସେପଟେ ଆକ୍ରମଣ ନେଇ ବିଧାୟିକାଙ୍କ ପ୍ରତିକ୍ରିୟ ମିଳିପାରି ନାହିଁ।

ସୂଚନାରୁ ପ୍ରକାଶ, ବିଧାୟିକାଙ୍କ ସମର୍ଥକ ଓ ବିରୋଧୀଙ୍କ ଭିତରେ ମତଭେଦ ଥିଲା। ପୂର୍ବରୁ ଦୁଇ ଗୋଷ୍ଠୀ ବହୁବାର ମୁହାଁମୁହିଁ ହୋଇଥିଲେ। ଯେଉଁଥିପାଇଁ ମାମଲା ଥାନାକୁ ଯାଇଥିଲା। ବୁଧବାର ମଧ୍ୟ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ସେହି ଘଟଣାକୁ ନେଇ ଆଜି ଲଙ୍କାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସେପଟେ ଆଜି ଥିଲା ଖଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନିଦେବୀଙ୍କର ଜନ୍ମଦିନ। ସେଥିପାଇଁ ତୁଳସୀପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଥିରେ ବିଧାୟିକାଙ୍କ ସମେତ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ।

Related story