ସକାଳୁ ସକାଳୁ ଭୟଙ୍କର ସିରିଜି ଦୁର୍ଘଟଣା, ଆଖି ବୁଜିଲେ ୩, ୫ ଗୁରୁତର

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ି ରିଣୀ ଛକ ନିକଟରେ ଆଜି ସକାଳୁ ଭୟଙ୍କର ସିରିଜି ଦୁର୍ଘଟଣା ଘଟିଛି ।  ଏକ ତେଲ ଟ୍ୟାଙ୍କର ପ୍ରଥମେ ଏକ ସ୍କର୍ପିଓକୁ ପିଟିଥିବା ବେଳେ ପରେ ସ୍କର୍ପିଓଟି  କାର୍‌ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସ୍କର୍ପିଓରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାର୍‌ରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି। ଜାମୁଝାଡ଼ିରିଣୀ ଛକ ନିକଟରେ ଜାତୀୟ ରାଜପଥ କାମ ଚାଲିଥିବାରୁ ଏହି ଦୁର୍ଘଟଣା […]

car

  • Published: Monday, 07 November 2022
  • , Updated: 07 November 2022, 10:29 AM IST

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ି ରିଣୀ ଛକ ନିକଟରେ ଆଜି ସକାଳୁ ଭୟଙ୍କର ସିରିଜି ଦୁର୍ଘଟଣା ଘଟିଛି ।  ଏକ ତେଲ ଟ୍ୟାଙ୍କର ପ୍ରଥମେ ଏକ ସ୍କର୍ପିଓକୁ ପିଟିଥିବା ବେଳେ ପରେ ସ୍କର୍ପିଓଟି  କାର୍‌ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସ୍କର୍ପିଓରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାର୍‌ରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି। ଜାମୁଝାଡ଼ିରିଣୀ ଛକ ନିକଟରେ ଜାତୀୟ ରାଜପଥ କାମ ଚାଲିଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ତେଲ ଟ୍ୟାଙ୍କରଟି ସାମନା ପଟୁ ପ୍ରଥମେ ଏକ ସ୍କର୍ପିଓକୁ ପିଟିଥିଲା । ତେଲ ଟ୍ୟାଙ୍କରର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ତାହା ସ୍କର୍ପିଓରେ ପିଟି ହୋଇଥିବା ପ୍ରତ୍ୟକ୍ଷର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଟ୍ୟାଙ୍କର ମାଡ଼ରେ ଭାଙ୍ଗି ଚୁରମାର ହୋଇଯାଇଥିବା ସ୍କର୍ପିଓଟି ପାଖରେ ଯାଉଥିବା ଏକ କାର୍‌ରେ ପିଟି ହୋଇ ଯାଇଥିଲା। ଉଭୟ ସ୍କର୍ପିଓ ଓ କାର୍‌ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଆସୁଥିବାର ଜଣାଯାଇଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍କର୍ପିଓରେ ଥିବା ୩ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ଓ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଛି। କାର୍‌ରେ ଥିବା ୫ ଜଣ ଗୁରୁତର ହୋଇପଡ଼ିଛନ୍ତି। ସ୍ଥାନୀୟ ଲୋକେ ଓ ପୁଲିସ୍‌ ତୁରନ୍ତ ପହଞ୍ଚି ଗୁରୁତରଙ୍କୁ ସୋର ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ମହିଳା ଓ ୨ ପୁରୁଷ ଅଛନ୍ତି ।

ତେଲ ଟ୍ୟାଙ୍କର ମାଡ଼ରେ ସ୍କର୍ପିଓଟି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ତା’ ଭିତରେ ମୃତଦେହଗୁଡ଼ିକ ଚାପି ହୋଇଯାଇଥିଲା। ଦୀର୍ଘ ସମୟ ପରିଶ୍ରମ ପରେ ଗାଡ଼ି କଟାଯାଇ ମୃତଦେହକୁ ବାହାର କରାଯାଇଥିଲା। ଘଟଣାସ୍ଥଳରେ ସୋର ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିଯୋଗୁ ଜାତୀୟ ରାଜପଥରେ ଯାତାୟତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।

Related story