ଥାନା ବାବୁଙ୍କ ଦାଦାଗିରି ! ଅଭଦ୍ର ଭାଷାରେ ଗାଳିଦେଲେ, କହିଲେ ସିଧା ଜେଲରେ ପୁରେଇ ଦେବି

ଯାଜପୁର (ଓଡ଼ିଶା ରିପୋର୍ଟର)ଯାଜପୁର ଜିଲ୍ଲା ବିଝାଂରପୁର ଥାନା ଆଇଆଇସି ଜଣେ ନାବାଳିକାଙ୍କୁ ର୍ଦୁବ୍ୟବହାର କରିଥିବା ଅଭିଯୋଗ ନେଇ ରାଜ୍ୟ ମହିଳା କମିଶନଙ୍କୁ ଭେଟିଲା କଂଗ୍ରେସର ଏକ ପ୍ରତିନିଧି ଦଳ । ବିଝାଂରପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର କିଛି ଅସାଧୁ ବେଆଇନ ବାଣ ବ୍ୟବସାୟୀ ଜଣେ ନାବାଳିକାଙ୍କୁ କୌଣସି ଏକ କାରଣରୁ ମାଡ ମାରିଥିଲେ। ପରେ ନାବାଳିକା ଜଣଙ୍କ ଥାନାରେ  ଅଭିଯୋଗ କରିବା ପାଇଁ ପହଞ୍ଚିଥିଲେ। ହେଲେ ଥାନାର ଆଇଆଇସି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ […]

b-90

Tapas Behera
  • Published: Tuesday, 24 December 2019
  • , Updated: 24 December 2019, 07:32 PM IST

ଯାଜପୁର (ଓଡ଼ିଶା ରିପୋର୍ଟର)ଯାଜପୁର ଜିଲ୍ଲା ବିଝାଂରପୁର ଥାନା ଆଇଆଇସି ଜଣେ ନାବାଳିକାଙ୍କୁ ର୍ଦୁବ୍ୟବହାର କରିଥିବା ଅଭିଯୋଗ ନେଇ ରାଜ୍ୟ ମହିଳା କମିଶନଙ୍କୁ ଭେଟିଲା କଂଗ୍ରେସର ଏକ ପ୍ରତିନିଧି ଦଳ । ବିଝାଂରପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର କିଛି ଅସାଧୁ ବେଆଇନ ବାଣ ବ୍ୟବସାୟୀ ଜଣେ ନାବାଳିକାଙ୍କୁ କୌଣସି ଏକ କାରଣରୁ ମାଡ ମାରିଥିଲେ।

ପରେ ନାବାଳିକା ଜଣଙ୍କ ଥାନାରେ  ଅଭିଯୋଗ କରିବା ପାଇଁ ପହଞ୍ଚିଥିଲେ। ହେଲେ ଥାନାର ଆଇଆଇସି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ଓଲଟା ଜେଲରେ ପୁରେଇ ଦେବେ ବାଲି ଧମକ ଦେଇଥିବା ଅଭିଯୋଗ ହୋଇଛି ।

ତେବେ ସଂପୃକ୍ତ ଆଇଆଇସି ମାମଲା ରୁଜୁ ନକରିବାରୁ ଶେଷରେ ଯାଜପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ।  ଏସ୍‌ପିଙ୍କ ହସ୍ତକ୍ଷେପ ପରେ ବିଝାଂରପୁର ଥାନାରେ ନାବାଳିକାଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇଛି । ତେବେ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନାବାଳିକାଙ୍କ ସହ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟ ମହିଳା କମିଶନଙ୍କୁ ଭେଟିଛନ୍ତି।

Related story