ଅଜବ ଯାଞ୍ଚ; ବାଇକ୍‌ ଡିକି ଶୁଙ୍ଘିଲା ପୁଲିସ୍‌!

ବୌଦ୍ଧ (ଦୀପକ ଅଦର): ପୁଲିସ୍‌ର ଅଜବ ଯାଞ୍ଚ! ମଦ ଅଛିକି ନାହିଁ ଜାଣିବା ପାଇଁ ବାଇକ୍‌ ଡିକି ଶୁଙ୍ଘିଲା ପୁଲିସ୍‌! କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ। ଏପରି ଅଜବ ଯାଞ୍ଚ କରିଛି ଅନୁଗୋଳ ଜିଲ୍ଲା କିଆକଟା ଥାନା ପୁଲିସ୍! କେବେଳ ଶୁଙ୍ଘିନି, ଗାଡ଼ି କାଗଜପତ୍ର ଠିକ୍‌ ଥିବା ସତ୍ତ୍ୱେ ଦୁଇ ଯୁବକଙ୍କୁ ବ୍ୟାରେକରେ ରଖି ନିର୍ଘାତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏକାଦଶାହ କାର୍ଯ୍ୟର ନିମନ୍ତ୍ରଣ କରିବା ପାଇଁ ବୌଦ୍ଧ ଜିଲ୍ଲା ମନୁପାଲି ପଞ୍ଚାୟତ […]

Police

Manoranjan Sial
  • Published: Saturday, 05 March 2022
  • , Updated: 05 March 2022, 07:20 PM IST

ବୌଦ୍ଧ (ଦୀପକ ଅଦର): ପୁଲିସ୍‌ର ଅଜବ ଯାଞ୍ଚ! ମଦ ଅଛିକି ନାହିଁ ଜାଣିବା ପାଇଁ ବାଇକ୍‌ ଡିକି ଶୁଙ୍ଘିଲା ପୁଲିସ୍‌! କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ। ଏପରି ଅଜବ ଯାଞ୍ଚ କରିଛି ଅନୁଗୋଳ ଜିଲ୍ଲା କିଆକଟା ଥାନା ପୁଲିସ୍! କେବେଳ ଶୁଙ୍ଘିନି, ଗାଡ଼ି କାଗଜପତ୍ର ଠିକ୍‌ ଥିବା ସତ୍ତ୍ୱେ ଦୁଇ ଯୁବକଙ୍କୁ ବ୍ୟାରେକରେ ରଖି ନିର୍ଘାତ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏକାଦଶାହ କାର୍ଯ୍ୟର ନିମନ୍ତ୍ରଣ କରିବା ପାଇଁ ବୌଦ୍ଧ ଜିଲ୍ଲା ମନୁପାଲି ପଞ୍ଚାୟତ ଅନ୍ତର୍ଗତ ରିଷିବନ୍ଧ ଗାଁର ସୁନୀଲ୍‌ ଶେଖର ମହାନନ୍ଦିଆ ଓ ତାଙ୍କ ଭଣଜା ପ୍ରକାଶ ଲୁହା ଅନୁଗୋଳ ଜିଲ୍ଲା କିଆକଟା ଥାନା କାଦପଡା ଗ୍ରାମକୁ ଯାଇଥିଲେ। ନିମନ୍ତ୍ରଣ କରି ବାଇକ୍‌ରେ ଫେରୁଥିବା ବେଳେ ରାସ୍ତାରେ ଅଟକି ଯାଇଥିଲେ।

ଠିକ୍‌ ସେହି ସମୟରେ ସାଦା ପୋଷାକରେ ଥିବା ଦୁଇ ଜଣ ନିଶାସକ୍ତ ପୁଲିସ କର୍ମଚାରୀ ଏକ କାରରେ ଆସି ସେମାନଙ୍କ ପାଖରେ ଅଟକିଥିଲେ। ଗାଡିର କାଗଜପତ୍ର ମାଗିଥିଲେ। ଏପରିକି ସେମାନଙ୍କ ଗାଡିର ଡିକି ତନଖି ଥିଲେ। ମଦ ଅଛି କି ନାହିଁ ଜାଣିବା ପାଇଁ ପୁଲିସ୍‌ ଡିକି ଶୁଙ୍ଘିଥିବା ଅଭିଯୋଗ ହୋଇଛି। ସବୁ ଠିକ୍‌ଥିବା ସତ୍ତ୍ୱେ ସେମାନଙ୍କୁ ୪୦୦୦ ଟଙ୍କା ମାଗିଥିଲେ ପୁଲିସ୍‌ କର୍ମଚାରୀ। ଟଙ୍କା ନଦେବାରୁ ସେମାନଙ୍କୁ ଥାନାକୁ ନେବା ପରିବର୍ତ୍ତେ ବ୍ୟାରେକରେ ରଖିଥିଲେ।

୨୦ ହଜାର ଟଙ୍କା ଦେଲେ ଛାଡିବୁ ବୋଲି ପୁଲିସ୍‌ କହିଥିବା ମାମୁ ଓ ଭଜଣା ଅଭିଯୋଗ କରିଛନ୍ତି। ମାତ୍ର ପାଖରେ ଟଙ୍କା ନାହିଁ ବୋଲି କହିଥିଲେ। ଏହା ପରେ ପୁଲିସ୍‌ କର୍ମଚାରୀମାନେ ମାମୁ ଓ ଭଉଜାଙ୍କ ମୋବାଇଲ୍‌ ଛଡ଼ାଇ ନେଇ ଫୋନ୍‌ ପେ’ ଓ ଗୁଗୁଲ୍‌ ପେ’ରେ ବେଲେନ୍ସ ଚେକ୍‌ କରିଥିଲେ। ମାତ୍ର ସେଥିରେ ଟଙ୍କା ନଥିବା ଜାଣିବାକୁ ପାଇ ମାମୁ ଓ ଭଣଜାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିସହ ସେମାନଙ୍କ ଗାଡି ରଖି ଦେଇଥିଲେ। ଟଙ୍କା ଧରି ଆସିଲେ ଗାଡି ନେବ ବୋଲି ପୁଲିସ୍‌ କହିଥିବା ଅଭିଯୋ ହୋଇଛି।

ଅନ୍ୟପକ୍ଷରେ ପରିବାର ଲୋକ ଟଙ୍କା ଧରି ଆସିବାରେ ବିଳମ୍ୱ କରିବାରୁ ମାମୁ ଓ ଭଣଜାଙ୍କୁ ପୁଲିସ ଛାଡ଼ି ଦେଇଥିଲା। ହେଲେ ଗାଡ଼ି ଦେଇନଥିଲା। ତେବେ ଏନେଇ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ପରେ ଯୁବକଙ୍କୁ ସେମାନଙ୍କ ଗାଡି ଫେରାଇ ଦେଇଥିବା ଜଣାପଡ଼ିଛି।

Related story