ଜିମ୍‌ନାଷ୍ଟିକ କୋଚ୍‌ଙ୍କ ନାଁରେ ସାଂଘାତିକ ଅଭିଯୋଗ

ପୁରୀ(ଓଡ଼ିଶା ରିପୋର୍ଟର): ଜିମ୍ନାଷ୍ଟିକ୍ କୋଚଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଖେଳାଳି। କୋଚ ଶାରିରୀକ ଏବଂ ମାନସିକ ନିର୍ଯାତନା ଅଭିଯୋଗ ଦେଉଥିବା ଅଭିଯୋଗ ଆଣି ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଖେଳାଳି। । ପୁରୀ ଜିଲ୍ଲାର ଜିମ୍ନାଷ୍ଟିକ୍ କୋଚ୍ ପ୍ରଦୀପ ସାହୁଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏହାସହ ଜାତୀୟ ଚୟନ ପ୍ରକ୍ରିୟା ନେଇ ଆଶାୟୀ ଖେଳାଳିଙ୍କୁ କୋଚ୍ ସୂଚନା ଦେଉନଥିବା ଅଭିଯୋଗ ମଧ୍ୟ ହୋଇଛି। ଭୁବନେଶ୍ୱରରେ ଜାତୀୟ କ୍ରୀଡ଼ା ଲାଗି ଚୟନ […]

coach

Niharika Rout
  • Published: Wednesday, 10 November 2021
  • , Updated: 10 November 2021, 11:48 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଜିମ୍ନାଷ୍ଟିକ୍ କୋଚଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଖେଳାଳି। କୋଚ ଶାରିରୀକ ଏବଂ ମାନସିକ ନିର୍ଯାତନା ଅଭିଯୋଗ ଦେଉଥିବା ଅଭିଯୋଗ ଆଣି ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଖେଳାଳି। । ପୁରୀ ଜିଲ୍ଲାର ଜିମ୍ନାଷ୍ଟିକ୍ କୋଚ୍ ପ୍ରଦୀପ ସାହୁଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏହାସହ ଜାତୀୟ ଚୟନ ପ୍ରକ୍ରିୟା ନେଇ ଆଶାୟୀ ଖେଳାଳିଙ୍କୁ କୋଚ୍ ସୂଚନା ଦେଉନଥିବା ଅଭିଯୋଗ ମଧ୍ୟ ହୋଇଛି।

ଭୁବନେଶ୍ୱରରେ ଜାତୀୟ କ୍ରୀଡ଼ା ଲାଗି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିବାବେଳେ ଏନେଇ ଖେଳାଳିଙ୍କୁ ଅବଗତ କରାଯାଇନଥିଲା । ଏଥିଯୋଗୁଁ ଜାତୀୟ ଚୟନ ପ୍ରକ୍ରିୟାରେ ଅନେକ ଜାତୀୟସ୍ତରର ଖେଳାଳି ସାମିଲ ହୋଇପାରିନଥିଲେ । ଏହାକୁ ନେଇ ଖେଳାଳିମାନେ ସେମାନଙ୍କ ଅଭିଭାବକଙ୍କ ସହ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି କୋଚ୍ ପ୍ରଦୀପ ସାହୁ । ସେ କହିଛନ୍ତି, ଯେଉଁମାନେ ଅଭିଯୋଗ କରିଛନ୍ତି, ସେମାନେ ପ୍ରକୃତ ଖେଳାଳି ନୁହନ୍ତି। ନିଜ ଅସୁବିଧା ଯୋଗୁ ସେମାନେ ଖେଳି ପାରିଲେ ନାହିଁ। ଖେଳି ନ ପାରିବାରୁ ଏପରି ଅଭିଯୋଗ କରିଛନ୍ତି। ଅପରପକ୍ଷେ, କୋଚ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଉଥିବା ଅଭିଯୋଗ ଆଣିଛନ୍ତି ଜଣେ ଅଭିଭାବକ ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଜିମ୍ନାଷ୍ଟିକ୍ ଖେଳାଳି ନିଜ କୋଚଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।  ଖେଳ ସମ୍ପର୍କରେ ସୂଚନା ନ ଦେବା ଓ ଅଶ୍ଳୀଳ ଇଙ୍ଗିତ ଦେବା ପରି ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରିବାକୁ ଏଡିଏମ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଡିଏମ୍‌ ଏକ ୩ ଜଣିଆ ଟିମ୍‌ ଗଠନ କରି ଘଟଣାର ତଦନ୍ତ କରିବେ। ଅଭିଯୋଗର ସତ୍ୟତା ନେଇ ପ୍ରମାଣ ପାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related story