‘ଗଜପତି ଜିଲ୍ଲାରେ ସର୍ବାଧିକ ୬୫% ଆଣ୍ଟିବଡ଼ି ସୃଷ୍ଟି ହୋଇଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସିଲା ସେରୋ ସର୍ଭେ ରିପୋର୍ଟ। ଗଜପତି ଜିଲ୍ଲାରେ ଓଡ଼ିଶାର ସର୍ବାଧିକ ୬୫% ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଏମିତିକି ୪୪ରୁ ୯୨% ପର୍ଯ୍ୟନ୍ତ ଆଣ୍ଟିବଡ଼ି ବଢ଼ିଥିବା ପରିଲକ୍ଷିତ ହୋଇଛି ବୋଲି କହିଛନ୍ତି RMRC ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି। ସ୍ୱାସ୍ଥ୍ୟ କର୍ମୀଙ୍କଠାରେ ୫୦%, ପୁଲିସଙ୍କଠାରେ ୫୪% ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଅକ୍ଟୋବର ୫ରୁ ମାଲକାନଗିରିରେ ସେରୋ ସର୍ଭେ ହେବ ବୋଲି ଡକ୍ଟର ସଂଘମିତ୍ରା ପତି କହିଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ […]

sanghamitra-pati

Manoranjan Sial
  • Published: Thursday, 01 October 2020
  • , Updated: 01 October 2020, 06:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସିଲା ସେରୋ ସର୍ଭେ ରିପୋର୍ଟ। ଗଜପତି ଜିଲ୍ଲାରେ ଓଡ଼ିଶାର ସର୍ବାଧିକ ୬୫% ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଏମିତିକି ୪୪ରୁ ୯୨% ପର୍ଯ୍ୟନ୍ତ ଆଣ୍ଟିବଡ଼ି ବଢ଼ିଥିବା ପରିଲକ୍ଷିତ ହୋଇଛି ବୋଲି କହିଛନ୍ତି RMRC ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି। ସ୍ୱାସ୍ଥ୍ୟ କର୍ମୀଙ୍କଠାରେ ୫୦%, ପୁଲିସଙ୍କଠାରେ ୫୪% ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଅକ୍ଟୋବର ୫ରୁ ମାଲକାନଗିରିରେ ସେରୋ ସର୍ଭେ ହେବ ବୋଲି ଡକ୍ଟର ସଂଘମିତ୍ରା ପତି କହିଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା ୨୨୨୭୩୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୮୫୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୫୭୦୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୫୩ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି। ଏବେ ୩୬୧୨୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story