ଖୁସି ଖବର ଆଣିଲା ସେରୋ ସର୍ଭେ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୨ ଜିଲ୍ଲାର ସେରୋ ସର୍ଭେ ଫଳାଫଳ ପ୍ରକାଶ ପାଇଛି। ରାଜ୍ୟରେ ୭୩% ସାଧାରଣ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ୯୩% ସ୍ୱାସ୍ଥ୍ୟକର୍ମୀଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ୭୦ ପ୍ରତିଶତ ଶିଶୁଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୧% ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ଆଣ୍ଟିବଡି ମିଳିଥିବା ୬୬% ବ୍ୟକ୍ତି ପ୍ରଥମ ଡୋଜ ନେଇ ସାରିଥିଲେ। ଏନେଇ ସୂଚନା ଦେଇଛନ୍ତି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି। ରାଜ୍ୟରେ ଏବେ କରୋନା […]

sero-1

Manoranjan Sial
  • Published: Sunday, 26 September 2021
  • , Updated: 26 September 2021, 08:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୨ ଜିଲ୍ଲାର ସେରୋ ସର୍ଭେ ଫଳାଫଳ ପ୍ରକାଶ ପାଇଛି। ରାଜ୍ୟରେ ୭୩% ସାଧାରଣ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ୯୩% ସ୍ୱାସ୍ଥ୍ୟକର୍ମୀଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ୭୦ ପ୍ରତିଶତ ଶିଶୁଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୧% ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ଆଣ୍ଟିବଡି ମିଳିଥିବା ୬୬% ବ୍ୟକ୍ତି ପ୍ରଥମ ଡୋଜ ନେଇ ସାରିଥିଲେ। ଏନେଇ ସୂଚନା ଦେଇଛନ୍ତି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି।

ରାଜ୍ୟରେ ଏବେ କରୋନା ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୫୮୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ପ୍ରାଣ ହରାଇଛନ୍ତି। ଚିହ୍ନଟଙ୍କ ଭିତରୁ  ୩୪୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୪୩ ଜଣ। ସବୁଦିନ ପରି ଖୋର୍ଦ୍ଧାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ୨୦୬ ଜଣ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୩୨୦କୁ ବୃଦ୍ଧି ପାଇଛି। ୫୮୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ ୧୩ଜଣ, ବାଲେଶ୍ୱରରୁ ୩୮ଜଣ, ବରଗଡ଼ରୁ ୨ଜଣ, ଭଦ୍ରକରୁ ୭ଜଣ, ବଲାଙ୍ଗୀରରୁ ୬ଜଣ, କଟକରୁ ୬୭ଜଣ, ଦେବଗଡ଼ରୁ ୩ଜଣ, ଢେଙ୍କାନାଳରୁ ୫ଜଣ, ଗଞ୍ଜାମରୁ ୬ଜଣ, ଜଗତସିଂହପୁରରୁ ୨୬ଜଣ, ଯାଜପୁରରୁ ୩୬ଜଣ, ଝାରସୁଗୁଡ଼ାରୁ ୭ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୨ଜଣ, କେନ୍ଦ୍ରାପଡ଼ାରୁ ୧୨ଜଣ, କେନ୍ଦୁଝରରୁ ୭ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୦୬ଜଣ, କୋରାପୁଟରୁ ୪ଜଣ, ମାଲକାନଗିରିରୁ ୩ଜଣ, ମୟୁରଭଞ୍ଜରୁ ୨୫ଜଣ, ନୟାଗଡ଼ରୁ ୪ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୨୨ଜଣ, ରାୟଗଡ଼ରୁ ୨ଜଣ, ସମ୍ବଲପୁରରୁ ୧୯ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୩ଜଣ ଓ ଷ୍ଟେଟପୁଲରୁ ୪୭ଜଣ ଚିହ୍ନଟ ହୋଇଛନ୍ତି ।

Related story