ମାଲକାନଗିରିରେ ଆରମ୍ଭ ହେଲା ସେରୋ ସର୍ଭେ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ଆଜିଠୁ ଆରମ୍ଭ ହେଲା ସେରୋ ସର୍ଭେ । RMRCର ଏକ ଟିମ୍‌ ମାଲକାନଗିରିରେ ସେରୋ ସର୍ଭେ ଆରମ୍ଭ କରିଛନ୍ତି । ଆସନ୍ତା ତିନିଦିନ ଯାଏ  ଏହି ସେରୋ ସର୍ଭେ କରାଯିବ। ଜିଲ୍ଲାରେ କେତେ ପ୍ରତିଶତ ଲୋକଙ୍କର କରୋନାକୁ ନେଇ ରୋଗ ପ୍ରତିରୋଧକ ଶକ୍ତି ବଢିଛି ଅର୍ଥାତ କେତେ ଲୋକଙ୍କ ଆଣ୍ଟିବଡି ଡେଭଲପ ହୋଇଛି ତାହା ଚେକ୍ କରାଯିବ । ଏଥିପାଇଁ  ଏକ ତାଲିକା ପ୍ରସ୍ତୁତ ହୋଇଛି । ଏହି ସର୍ଭେ ବର୍ତ୍ତମାନ […]

malkangiri

Niharika Rout
  • Published: Tuesday, 06 October 2020
  • , Updated: 06 October 2020, 12:56 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ଆଜିଠୁ ଆରମ୍ଭ ହେଲା ସେରୋ ସର୍ଭେ । RMRCର ଏକ ଟିମ୍‌ ମାଲକାନଗିରିରେ ସେରୋ ସର୍ଭେ ଆରମ୍ଭ କରିଛନ୍ତି । ଆସନ୍ତା ତିନିଦିନ ଯାଏ  ଏହି ସେରୋ ସର୍ଭେ କରାଯିବ।

ଜିଲ୍ଲାରେ କେତେ ପ୍ରତିଶତ ଲୋକଙ୍କର କରୋନାକୁ ନେଇ ରୋଗ ପ୍ରତିରୋଧକ ଶକ୍ତି ବଢିଛି ଅର୍ଥାତ କେତେ ଲୋକଙ୍କ ଆଣ୍ଟିବଡି ଡେଭଲପ ହୋଇଛି ତାହା ଚେକ୍ କରାଯିବ । ଏଥିପାଇଁ  ଏକ ତାଲିକା ପ୍ରସ୍ତୁତ ହୋଇଛି ।

ଏହି ସର୍ଭେ ବର୍ତ୍ତମାନ କେବଳ ମାଲକାନଗିରିର ସଦର ମହକୁମାରେ କରାଯିବ,  ପରେ ଗ୍ରାମାଞ୍ଚଳରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୫ଶହ ଲୋକଙ୍କ ଉପରେ ଏହି ଟେଷ୍ଟ କରାଯିବ । ଏଥିପାଇଁ ୫ ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଦିନ ୫ଶହ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି  ସୂଚନା ଦେଇଛନ୍ତି ଜିଲ୍ଲାପାଳ।

Related story