ରାଉରକେଲାରେ ହେଲା ସେରୋ ସର୍ଭେ, ସେଥିରେ ଅଛନ୍ତି ୩୬ ପିଲା

ରାଉରକେଲା(ପବନ ତିୱାରୀ): ଷ୍ଟିଲ୍‌ ସହର ରାଉରକେଲାରେ ସୋମବାର ହୋଇଛି ସେରୋ ସର୍ଭେ। ସହରର ତିନିଟି ସ୍ଥାନରେ ହୋଇଛି ସେରୋ ସର୍ଭେ। ତୃତୀୟ ଲହରରେ ଛୋଟ ପିଲାମାନେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ମୁଖ୍ୟତଃ ୬ ବର୍ଷରୁ ୧୭ ବର୍ଷର ପିଲାଙ୍କୁ ଫୋକସ୍‌ କରାଯାଇଛି। ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସି ସଦସ୍ୟ ମାତୃଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ୱରେ ରାଉରକେଲା ଯାଇଥିଲା ୪ ଜଣିଆ ଟିମ୍‌। ଏହି ପ୍ରଥମେ ରିଜର୍ଭ ପୁଲିସ ହସ୍ପିଟାଲ୍‌ରେ ନମୂନା ସଂଗ୍ରହ କରିଥିଲା। ପରେ ବାସନ୍ତି କଲୋନୀ,  ସହରାଞ୍ଚଳ ହସ୍ପିଟାଲ୍‌ […]

Rourkela

Manoranjan Sial
  • Published: Monday, 30 August 2021
  • , Updated: 31 August 2021, 11:36 AM IST

ରାଉରକେଲା(ପବନ ତିୱାରୀ): ଷ୍ଟିଲ୍‌ ସହର ରାଉରକେଲାରେ ସୋମବାର ହୋଇଛି ସେରୋ ସର୍ଭେ। ସହରର ତିନିଟି ସ୍ଥାନରେ ହୋଇଛି ସେରୋ ସର୍ଭେ। ତୃତୀୟ ଲହରରେ ଛୋଟ ପିଲାମାନେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ମୁଖ୍ୟତଃ ୬ ବର୍ଷରୁ ୧୭ ବର୍ଷର ପିଲାଙ୍କୁ ଫୋକସ୍‌ କରାଯାଇଛି।

ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସି ସଦସ୍ୟ ମାତୃଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ୱରେ ରାଉରକେଲା ଯାଇଥିଲା ୪ ଜଣିଆ ଟିମ୍‌। ଏହି ପ୍ରଥମେ ରିଜର୍ଭ ପୁଲିସ ହସ୍ପିଟାଲ୍‌ରେ ନମୂନା ସଂଗ୍ରହ କରିଥିଲା। ପରେ ବାସନ୍ତି କଲୋନୀ,  ସହରାଞ୍ଚଳ ହସ୍ପିଟାଲ୍‌ ଓ ଉଦିତ ନଗର ସ୍ଥିତ ସହରାଞ୍ଚଳ ହସ୍ପିଟାଲ୍‌ରେ ନମୂନା ସଂଗ୍ରହ କରାଯାଇଛି।

ପ୍ରତି କେନ୍ଦ୍ରରୁ ୪୦ ଜଣଙ୍କଠାରୁ ନମୂନା ସଂଗ୍ରହ କରାଯାଇଛି। ସେଥିରୁ ୬ରୁ ୧୭ ବର୍ଷର ବର୍ଗର ୧୨ ଜଣ ପିଲା ଅଛନ୍ତି। ଲୋକମାନେ ଶୃଙ୍ଖଳିତ ଭାବେ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି କେନ୍ଦ୍ରକୁ ଆସିଥିଲେ।

Related story