ସଂକ୍ରମଣର ମାତ୍ରା ମାପିବାକୁ ବ୍ରହ୍ମପୁରରେ ଚାଲିଛି ସେରୋଲୋଜିକାଲ୍ ସର୍ଭେ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲାରେ ସଂକ୍ରମଣର ମାତ୍ରା ମାପିବାକୁ ବ୍ରହ୍ମପୁର ସହରରେ ଚାଲିଛି ସେରୋଲୋଜିକାଲ୍ ସର୍ଭେ। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ସେରୋଲୋଜିକାଲ ସର୍ଭେ ଆରମ୍ଭ କରାଯାଇଛି। ବ୍ରହ୍ମପୁର ସହରର ୧୦ଟି ସ୍ଥାନରେ ୫ଟି ଟିମ୍ ଦ୍ୱାରା ସର୍ଭେ କରାଯାଉଛି। କରୋନା ସଂକ୍ରମଣ ହେବା ପରେ ଲୋକମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି ପାଇଛି କି ନାହିଁ ସେ ସମ୍ପର୍କରେ ବି ତଥ୍ୟ ସଂଗ୍ରହ କରାଯିବ। ଏହାସହ ହାଇରିସ୍କ ଓ କମ୍ୟୁନିଟିରେ ୨୫୦୦ ସାମ୍ପଲ […]

corona,,,,,

Tapaswini Nayak
  • Published: Monday, 03 August 2020
  • , Updated: 03 August 2020, 12:57 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲାରେ ସଂକ୍ରମଣର ମାତ୍ରା ମାପିବାକୁ ବ୍ରହ୍ମପୁର ସହରରେ ଚାଲିଛି ସେରୋଲୋଜିକାଲ୍ ସର୍ଭେ। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ସେରୋଲୋଜିକାଲ ସର୍ଭେ ଆରମ୍ଭ କରାଯାଇଛି।

ବ୍ରହ୍ମପୁର ସହରର ୧୦ଟି ସ୍ଥାନରେ ୫ଟି ଟିମ୍ ଦ୍ୱାରା ସର୍ଭେ କରାଯାଉଛି। କରୋନା ସଂକ୍ରମଣ ହେବା ପରେ ଲୋକମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି ପାଇଛି କି ନାହିଁ ସେ ସମ୍ପର୍କରେ ବି ତଥ୍ୟ ସଂଗ୍ରହ କରାଯିବ। ଏହାସହ ହାଇରିସ୍କ ଓ କମ୍ୟୁନିଟିରେ ୨୫୦୦ ସାମ୍ପଲ ସଂଗ୍ରହ କରାଯିବ। RMRC ଓ ବ୍ରହ୍ମପୁର ମହାନଗର ନିଗମର ମିଳିତ ଉଦ୍ୟମରେ ଏହି ସର୍ଭେ କରାଯାଉଛି।

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ବିଶେଷ କରି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୩୨୩ ପହଞ୍ଚିଥିବା ବେଳେ  ୭,୫୨୪ ଜଣ ସ୍ଥୁସ୍ଥ ହୋଇଛନ୍ତି। ୩୮୬ ଜଣ ବିଭିନ୍ନ କୋଭିନ୍ନ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୧୦୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

Related story