ମାତ୍ର ୧୭୫ କୋଟି ଟଙ୍କାରେ ସେସୁର ୫୧% ମାଲିକାନା ନେଲା ଟାଟା ପାୱାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସର୍ବବୃହତ୍ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ‘ସେସୁ’ର ୫୧ପ୍ରତିଶତ ଶେୟାରକୁ ମାତ୍ର ୧୭୫କୋଟି ଟଙ୍କାରେ ଟାଟା ପାୱାର ଅଧିଗ୍ରହଣ କରିଛି । ଏହାସହିତ ସେସୁର ସମସ୍ତ ୫ଟି ସର୍କଲରେ ବିଦ୍ୟୁତ ଯୋଗାଣ ଓ ପରିବହନ ସହ ପରିଚାଳନାଗତ ଲାଇସେନ୍ସ ମଧ୍ୟ ୨୫ବର୍ଷ ପାଇଁ ଟାଟା ପାୱାରକୁ ମିଳିଛି। ଟାଟା ପାୱାର ପକ୍ଷରୁ ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଟାଟା ପାୱାରର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରବୀର ସିହ୍ନା ଏ ସମ୍ପର୍କରେ […]

power

power

Tapas Behera
  • Published: Monday, 23 December 2019
  • Updated: 23 December 2019, 10:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସର୍ବବୃହତ୍ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ‘ସେସୁ’ର ୫୧ପ୍ରତିଶତ ଶେୟାରକୁ ମାତ୍ର ୧୭୫କୋଟି ଟଙ୍କାରେ ଟାଟା ପାୱାର ଅଧିଗ୍ରହଣ କରିଛି । ଏହାସହିତ ସେସୁର ସମସ୍ତ ୫ଟି ସର୍କଲରେ ବିଦ୍ୟୁତ ଯୋଗାଣ ଓ ପରିବହନ ସହ ପରିଚାଳନାଗତ ଲାଇସେନ୍ସ ମଧ୍ୟ ୨୫ବର୍ଷ ପାଇଁ ଟାଟା ପାୱାରକୁ ମିଳିଛି। ଟାଟା ପାୱାର ପକ୍ଷରୁ ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ଟାଟା ପାୱାରର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରବୀର ସିହ୍ନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସେସୁ ଅଧିଗ୍ରହଣ ପାଇଁ ଲେଟର ଅଫ୍ ଇଣ୍ଟେଟ୍(ଏଲଓଆଇ) ମିଳିଛି। ଖୁବଶୀଘ୍ର ଏକ ସ୍ପେଶାଲ ପରର୍ପସ ଭେଙ୍କିଲ(ଏସପିଭି) ଗଠନ କରାଯିବ । ଯେଉଁଥିରେ ଟାଟା ପାୱାରର ୫୧% ଓ ରାଜ୍ୟ ସରକାରଙ୍କ ୪୯% ମାଲିକାନା ରହିବ। ସେସୁ ଅଧିଗ୍ରହଣ ପାଇଁ ମୋଟ୍ ଡିଲ୍ ପରିମାଣ ୩୫୦କୋଟି ଟଙ୍କା ରହିଛି। ସେସୁ ଏବେ ରାଜ୍ୟର ପ୍ରାୟ ୩୦ହଜାର ବର୍ଗକିମି ଅଞ୍ଚଳ ଯଥା ଭୁବନେଶ୍ୱରର ୨ଟି ସର୍କଲ ସମେତ କଟକ, ପାରାଦୀପ ଓ ଢେଙ୍କାନାଳ ସର୍କଲରେ ବିଦ୍ୟୁତ ଯୋଗାଣ କରୁଛି । ସେସୁର ପରିଚାଳନା ଅଞ୍ଚଳରେ ପ୍ରାୟ ୧.୪କୋଟି ଲୋକ ବସବାସ କରୁଥିବାବେଳେ ୨୫ଲକ୍ଷ ବିଦ୍ୟୁତ ଉପଭୋକ୍ତା ଅଛନ୍ତି। ସେସୁ ହାରାହାରି ୧୩୦୦ମେଗାୱାଟ ବିଦ୍ୟୁତ ଚାହିଦା ପୂରଣ କରୁଥିବାବେଳେ ୨୦୧୮ ଆର୍ଥିକ ବର୍ଷରେ ସେସୁ ମୋଟ ୮୪୦କୋଟି ୟୁନିଟ୍ ବିଦ୍ୟୁତ ବଣ୍ଟନ କରିଛି। ଟାଟା ପାୱାର ଏବେ ମୁମ୍ବାଇ, ଦିଲ୍ଲୀ ଓ ଆଜମେରରେ ୨୫ଲକ୍ଷ ବିଦ୍ୟୁତ ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଣ କରୁଥିବାବେଳେ ସେସୁ ଅଧିଗ୍ରହଣ ପରେ କମ୍ପାନୀର ଉପଭୋକ୍ତା ସଂଖ୍ୟା ୫୦ଲକ୍ଷରେ ପହଞ୍ôଚବ।

ସୂଚନାଯୋଗ୍ୟ, ସେସୁର ନିଜସ୍ୱ ସମ୍ପତ୍ତି ପ୍ରାୟ ୪୧୦୦କୋଟି ଟଙ୍କା ହୋଇଥିବାବେଳେ ଏଥିରେ ପ୍ରାୟ ୧୯୭୩କୋଟି ଟଙ୍କା ବିଦ୍ୟୁତ ବିଲ୍ ବକେୟା ସାମିଲ ଅଛି। କମ୍ପାନୀର ସମ୍ପତ୍ତି ୪୧୦୦କୋଟି ଟଙ୍କା ଥିବାବେଳେ ଏହାର ୫୧ ପ୍ରତିଶତ ଶେୟାରକୁ କିଭଳି ମାତ୍ର ୧୭୫କୋଟି ଟଙ୍କାରେ ଅଧିଗ୍ରହଣ ପାଇଁ ଟାଟା ପାୱାରକୁ ସୁଯୋଗ ଦିଆଗଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବିଶେଷକରି ସେସୁ ଅଧିଗ୍ରହଣ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଦ୍ୱାରା ବେସ୍ ପ୍ରାଇସ୍ ମାତ୍ର ୩୦୦କୋଟି ଟଙ୍କା ଧାର୍ଯ୍ୟ କରାଯିବା ମଧ୍ୟ ଏହି ଡିଲ୍ ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ରହିଥିବାକୁ ଇଙ୍ଗିତ କରୁଛି ବୋଲି ବିଦ୍ୟୁତ ଉପଭୋକ୍ତା ମହାସଂଘ ଅଭିଯୋଗ କରିଛି।

ଡିସେମ୍ବର ୨୦ରେ ବିଦ୍ୟୁତ ନିୟାମକ ଆୟୋଗଙ୍କ ପକ୍ଷରୁ ଟାଟା ପାୱାରକୁ ଏଲଓଆଇ ଜାରି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos