ନୟାଗଡ଼କୁ ଗଡ଼ିବ ‘ସେବା ସର୍ଭିସ୍‌ ଏକ୍ସପ୍ରେସ୍‌’ ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର। ଆସନ୍ତା ୧୫ ତାରିଖରୁ ଭୁବନେଶ୍ୱରରୁ ନୟାଗଡ଼କୁ ସିଧାସଳଖ ଗଡ଼ିବ ଏହି ଟ୍ରେନ୍‌। ଯାହାର ନାଁ ହେଉଛି ‘ସେବା ସର୍ଭିସ୍‌ ଏକ୍ସପ୍ରେସ୍‌’। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେବା ସର୍ଭିସ ଏକ୍ସପ୍ରେସ ଟ୍ରେନ୍‌ଟି ସଂଧ୍ୟା ୬ଟା ୪୦ରେ ଭୁବନେଶ୍ୱର ଛାଡ଼ି ରାତି ୮.୪୫ରେ ନୟାଗଡ଼ରେ ପହଞ୍ଚିବ। ତା’ପରଦିନ ସକାଳ ୬ଟା ୩୦ରେ ନୟାଗଡ଼ରୁ ଛାଡ଼ି ସକାଳ ୯ଟାରେ ଭୁବନେଶ୍ୱର ପହଞ୍ଚିବ। ଏହା ଦ୍ୱାରା ବହୁ ଯାତ୍ରୀ ନୟାଗଡ଼ […]

train-1

Manoranjan Sial
  • Published: Friday, 11 October 2019
  • , Updated: 11 October 2019, 09:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର। ଆସନ୍ତା ୧୫ ତାରିଖରୁ ଭୁବନେଶ୍ୱରରୁ ନୟାଗଡ଼କୁ ସିଧାସଳଖ ଗଡ଼ିବ ଏହି ଟ୍ରେନ୍‌। ଯାହାର ନାଁ ହେଉଛି ‘ସେବା ସର୍ଭିସ୍‌ ଏକ୍ସପ୍ରେସ୍‌’। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେବା ସର୍ଭିସ ଏକ୍ସପ୍ରେସ ଟ୍ରେନ୍‌ଟି ସଂଧ୍ୟା ୬ଟା ୪୦ରେ ଭୁବନେଶ୍ୱର ଛାଡ଼ି ରାତି ୮.୪୫ରେ ନୟାଗଡ଼ରେ ପହଞ୍ଚିବ। ତା’ପରଦିନ ସକାଳ ୬ଟା ୩୦ରେ ନୟାଗଡ଼ରୁ ଛାଡ଼ି ସକାଳ ୯ଟାରେ ଭୁବନେଶ୍ୱର ପହଞ୍ଚିବ। ଏହା ଦ୍ୱାରା ବହୁ ଯାତ୍ରୀ ନୟାଗଡ଼ ଓ ଭୁବନେଶ୍ୱର ମଧ୍ୟରେ ଦୂରତ୍ୱ କମିବ। ଲୋକେ ଆଉ ଯିବାଆସିବାରେ ଅସୁବିଧାରେ ସମ୍ମୁଖୀନ ହେବେନି।

Related story