ପୁଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଥିଲା ଦେହବେପାର

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ସହରରେ ପୁଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଥିଲା ସେକ୍ସ ରାକେଟ। ଏହାର କିଙ୍କପିନ୍‌ ଜଣେ ପୂର୍ବତନ ହୋମଗାର୍ଡ ଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଟାଉନ୍‌ ଥାନା ପୁଲିସ ଚଢ଼ଉ କରି ୪ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ୨ ପୁରୁଷଙ୍କୁ ଗିରଫ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡଗମୁଣ୍ଡ ସ୍ଥିତ ଭଡ଼ା ଘରେ ୧୫ ଦିନ ହେଲା କିଛି ମହିଳା ରହୁଥିଲେ। ସେଠାକୁ ଅନେକ ସମୟରେ ପୁରୁଷମାନେ […]

sex worker

Manoranjan Sial
  • Published: Sunday, 21 February 2021
  • , Updated: 21 February 2021, 09:23 AM IST

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ସହରରେ ପୁଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଥିଲା ସେକ୍ସ ରାକେଟ। ଏହାର କିଙ୍କପିନ୍‌ ଜଣେ ପୂର୍ବତନ ହୋମଗାର୍ଡ ଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଟାଉନ୍‌ ଥାନା ପୁଲିସ ଚଢ଼ଉ କରି ୪ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ୨ ପୁରୁଷଙ୍କୁ ଗିରଫ କରିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡଗମୁଣ୍ଡ ସ୍ଥିତ ଭଡ଼ା ଘରେ ୧୫ ଦିନ ହେଲା କିଛି ମହିଳା ରହୁଥିଲେ। ସେଠାକୁ ଅନେକ ସମୟରେ ପୁରୁଷମାନେ ଯିବାଆସିବା କରୁଥିବା ଦେଖିବାକୁ ମିଳୁଥିଲା।

ସ୍ଥାନୀୟ ଲୋକେ ଏହି ମହିଳା ଓ ପୁରୁଷଙ୍କ କାର୍ଯ୍ୟକଳାପକୁ ସନ୍ଦେହ କରି ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଚଢ଼ଉ କରି ଘରୁ କିଙ୍କପିନ୍‌ଙ୍କ ସମେତ ୪ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ଗ୍ରହକଙ୍କୁ ଗିରଫ କରିଛି।  ଉଦ୍ଧାର ହୋଇଥିବା ମହିଳାଙ୍କ ଭିତରେ ଜଣେ ହେଉଛନ୍ତି ପୂର୍ବତନ ହୋମ ଗାର୍ଡ। ସେ ଚାକିରି ଛାଡ଼ି ଏହି କାମରେ ନିୟୋଜିତ ଥିବା ଅଭିଯୋଗ ହେଉଛି।

 

Related story