ଚାଲିଥିବା ସେକ୍ସ ରାକେଟ, ଆଉ ନିୟୋଜିତ ହୋଇଥିଲେ ବଙ୍ଗୀୟ ଯୁବତୀ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମହାମାରୀ କରୋନା ସମୟରେ ଚାଲିଥିଲା ଦେହର ଖେଳ। ଆଉ ଏଥିରେ ନିୟୋଜିତ ହେଉଥିଲେ ବଙ୍ଗୀୟ ଲଳନା। ପ୍ରଥମେ ହ୍ୱାଟ୍ସଆପ୍‌ରେ ଯାଉଥିଲା ଜେହଜୀବୀଙ୍କ ଫଟୋ। ସେହି ଫଟୋ ଭିତରୁ ଜଣକୁ ଚୟସ କରିବା ପରେ ଚାଲୁଥିଲା ଚାଲୁଥିଲା ଦେହ ଖେଳ। ଗତକାଲି ମାଲକାନଗିରି ପୁଲିସ ଏହି ଘଟଣାର ପର୍ଦ୍ଦାଫାସ କରିବା ସହିତ ଦେହ ବେପାରରେ ୩ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି। ସେମାନଙ୍କ ଭିତରେ ଜଣେ ସମ୍ୱଲପୁର ଅଞ୍ଚଳର ଜଣେ ନାବାଳିକା ଥିବା ଜଣାପଡ଼ିଛି। […]

sex worker

Manoranjan Sial
  • Published: Sunday, 27 December 2020
  • , Updated: 27 December 2020, 05:21 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ମହାମାରୀ କରୋନା ସମୟରେ ଚାଲିଥିଲା ଦେହର ଖେଳ। ଆଉ ଏଥିରେ ନିୟୋଜିତ ହେଉଥିଲେ ବଙ୍ଗୀୟ ଲଳନା। ପ୍ରଥମେ ହ୍ୱାଟ୍ସଆପ୍‌ରେ ଯାଉଥିଲା ଜେହଜୀବୀଙ୍କ ଫଟୋ। ସେହି ଫଟୋ ଭିତରୁ ଜଣକୁ ଚୟସ କରିବା ପରେ ଚାଲୁଥିଲା ଚାଲୁଥିଲା ଦେହ ଖେଳ। ଗତକାଲି ମାଲକାନଗିରି ପୁଲିସ ଏହି ଘଟଣାର ପର୍ଦ୍ଦାଫାସ କରିବା ସହିତ ଦେହ ବେପାରରେ ୩ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି। ସେମାନଙ୍କ ଭିତରେ ଜଣେ ସମ୍ୱଲପୁର ଅଞ୍ଚଳର ଜଣେ ନାବାଳିକା ଥିବା ଜଣାପଡ଼ିଛି। ଏହାଛଡ଼ା ଦେହ ବେପାରରେ ନିୟୋଜ ୬ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ମାଲକାନଗିରି ସହର ଓ ଆଖପାଖ ଅଞ୍ଚଳରେ ଦେହବେପାର ହେଉଥିବା ନେଇ ଅଭିଯୋଗ ହେଉଥିଲା। ହେଲେ ପ୍ରମାଣ ଅଭାବରୁ ପୁଲିସ କୌସଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଏମ୍‌ଭି-୧ରେ ସେକ୍ସ ରାକେଟ ଚାଲିଥିବା ଖବର ପାଇ ପୁଲସ ଚଢ଼ଉ କରି ଜଣେ ନାବାଳିକାକୁ ଉଦ୍ଧାର କରିଥିଲା। ଏହି ମାମଲାରେ ପୁଲିସ ୨ ଜଣ ମହିଳା ଓ ୨ ପୁରୁଷଙ୍କୁ ଗିରଫ କରିଥିଲା।

ସେହିପରି ଟେକବାଡ଼ି ଅଞ୍ଚଳରେ ପୁଲିସ ଚଢ଼ଉ କରି ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଏମାନଙ୍କୁ ପଶ୍ଚିମବଙ୍ଗରୁ ଆଣି ଏଠାରେ ସେକ୍ସରାକେଟ୍‌ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା।

ମଲ୍ଲିକେଶ୍ଵର କଲୋନୀରେ ଜଣେ ମହିଳାଙ୍କୁ ରଖାଯାଇ ଦେହବେପାର କାମରେ ନିୟୋଜିତ କରାଯାଉଥିଲା। ଏ ସମ୍ପର୍କରେ ପୁଲିସ ଜାଣିପାରି ଅଚାନକ ଚଢ଼ଉ କରି ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ଉପରୋକ୍ତ ମାମଲାରେ ପୁଲିସ କିଛି ଔଷଧ, ମୋବାଇଲ, ୩ଟି ବାଇକ, କଣ୍ଡୋମ ଓ ଟଙ୍କା ଜବତ କରିଛି।

Related story