ହୋଟେଲ୍‌ରେ ଚାଲିଥିଲା ଦେହ ବେପାର

ପୁରୀ (ଓଡ଼ିଶା ରିପୋର୍ଟର): ଧର୍ମର ସହର ପୁରୀରେ ଚାଲିଥିଲା ଅଧର୍ମ କାର୍ଯ୍ୟ। ସେକ୍ସ ରାକେଟ୍‌ ଚାଲିଥିବା ବେଳେ ପୁଲିସ ଚଢ଼ଉ କରି ୫ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗତକାଲି ରାତିରେ ବଳିଆପଣ୍ଡା ଥାନା ଅଞ୍ଚଳରେ ଏକ ହୋଟେଲ୍‌ରେ ସେକ୍ସ ରାକେଲ୍‌ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ରାତିରେ ଚଢ଼ଉ କରି ଦୁଇଟି ରୁମ୍‌ରୁ ୫ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଅସଞ୍ଜତ ଅବସ୍ଥାରେ ୩ […]

sex-racket

Manoranjan Sial
  • Published: Saturday, 07 November 2020
  • , Updated: 07 November 2020, 05:26 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଧର୍ମର ସହର ପୁରୀରେ ଚାଲିଥିଲା ଅଧର୍ମ କାର୍ଯ୍ୟ। ସେକ୍ସ ରାକେଟ୍‌ ଚାଲିଥିବା ବେଳେ ପୁଲିସ ଚଢ଼ଉ କରି ୫ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।

ଗତକାଲି ରାତିରେ ବଳିଆପଣ୍ଡା ଥାନା ଅଞ୍ଚଳରେ ଏକ ହୋଟେଲ୍‌ରେ ସେକ୍ସ ରାକେଲ୍‌ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ରାତିରେ ଚଢ଼ଉ କରି ଦୁଇଟି ରୁମ୍‌ରୁ ୫ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଅସଞ୍ଜତ ଅବସ୍ଥାରେ ୩ ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି।

ଗିରଫ ଯୁବକଙ୍କ ଘର ନମାପଡ଼ା, ଏରସମା ଓ ପଶ୍ଚିମବଙ୍ଗର। ଏହାଛଡ଼ା ହୋଟେଲ୍‌ ରୁମ୍‌ରୁ କିଛି କଣ୍ଡୋମ ଜବତ କରାଯାଇଛି। ଉଦ୍ଧାର ହୋଇଥିବା ଯୁବତୀମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସେମାନେ ଦେହ ବ୍ୟବସାୟ ଉଦ୍ଦେଶ୍ୟରେ ପୁରୀ ଆସିଥିବା ସନ୍ଦେହ କରାଯାଉଛି। ତେବେ କେତେ ଦିନ ଧରି ସେଠାରେ ଦେହ ବ୍ୟବସାୟ ଚାଲିଥିଲା, ତାହା ଜଣାପଡ଼ି ନାହିଁ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହା ପୂର୍ବରୁ ବଳିଆପଣ୍ଡା ଥାନା ଅଞ୍ଚଳରେ ଏକ ହୋଟେଲ୍‌ରେ ଦେହବେପାର ଅଭିଯୋଗରେ ୩ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଥିଲା। ଏହାଛଡ଼ା ୨ ଜଣ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା।

Related story