ଘର ଭିତରେ ଚାଲିଥିଲା ସେକ୍ସ ରାକେଟ୍‌

ରାୟଗଡା (ମନୋଜ ପାତ୍ର): ମହାମାରୀ କରୋନା ବେଳେ ଭଡ଼ା ଘରେ ଚାଲିଥିଲା ଦେହ ବେପାର। ପୁଲିସ ଉକ୍ତ ଘରେ ଚଢ଼ଉ କରି ଅସଂଯତ ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଛି। ଏପରି ଅଭିଯୋଗ ରାୟଗଡା ଟାଉନ୍‌ରୁ ଆସିଛି। ଉକ୍ତ ଘରେ ଦୀର୍ଘଦିନ ଧରି ସେକ୍ସ କାରବାର ଚାଲିଥିବା ଆଲୋଚନା ହେଉଛି। ରାୟଗଡା  ସହର ଗୌତମ  ନଗର ୬ଷ୍ଠ ଲାଇନରେ ଏକ ଘରେ ସେକ୍ସ ରାକେଟ୍‌ ଚାଲିଥିଲା। ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ପ୍ରମାଣ […]

sex-racket

Manoranjan Sial
  • Published: Friday, 16 July 2021
  • , Updated: 16 July 2021, 06:15 PM IST

ରାୟଗଡା (ମନୋଜ ପାତ୍ର): ମହାମାରୀ କରୋନା ବେଳେ ଭଡ଼ା ଘରେ ଚାଲିଥିଲା ଦେହ ବେପାର। ପୁଲିସ ଉକ୍ତ ଘରେ ଚଢ଼ଉ କରି ଅସଂଯତ ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଛି। ଏପରି ଅଭିଯୋଗ ରାୟଗଡା ଟାଉନ୍‌ରୁ ଆସିଛି। ଉକ୍ତ ଘରେ ଦୀର୍ଘଦିନ ଧରି ସେକ୍ସ କାରବାର ଚାଲିଥିବା ଆଲୋଚନା ହେଉଛି।

ରାୟଗଡା  ସହର ଗୌତମ  ନଗର ୬ଷ୍ଠ ଲାଇନରେ ଏକ ଘରେ ସେକ୍ସ ରାକେଟ୍‌ ଚାଲିଥିଲା। ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ପ୍ରମାଣ ଅଭାବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ଗୁରୁବାର ରାତିରେ ଘରେ ଅନୈତିକ କାର୍ଯ୍ୟ  ଚାଲୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ସଦର  ଥାନା  ପୁଲିସ ଉକ୍ତ ଘରେ ଚଢଉ କରିଥିଲା। ଚଢଉ ବେଳେ ଘର ଭିତରୁ ଜଣେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ପୁଲିସ ଦେହ ବେପାରରେ ନିୟୋଜିତ ଯୁବକ  ଓ  ଘର ମାଲିକକୁ ଅଟକ ରଖି ପଚରା ଉଚରା ଚଳାଇଛିା

ଅଭିଯୋଗରୁ ପ୍ରକାଶ, ଗତ କିଛି ଦିନ ଧରି ନିର୍ଦ୍ଦିଷ୍ଟ ସେହି ଘରେ ସେକ୍ସ ରାକେଟ୍‌ ଚାଲୁଥିଲା।

Related story