ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ୫ ଗିରଫ

ଯାଜପୁର(ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍। ପୁଲିସ ଉକ୍ତ ଘରେ ଚଢ଼ଉ କରି ରାଣୀ ମହୁମାଛି ସହ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଏଥିସହ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ କାର, ୩ଟି ବାଇକ୍ର, ୭ଟି ମୋବାଇଲ ସହ ବହୁ ଆପତିଜନକ ସାମଗ୍ରୀ ଜବତ କରିଛି। ପୁଲିସ ୨ ଦଲାଲ ରବିନ୍ଦ୍ର ସାହୁ ଓ ବଳରାମ ସାହୁ ଏବଂ ୩ ଜଣ ଗ୍ରାହକ […]

sex-racket

Manoranjan Sial
  • Published: Monday, 19 August 2019
  • , Updated: 19 August 2019, 07:04 PM IST

ଯାଜପୁର(ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍। ପୁଲିସ ଉକ୍ତ ଘରେ ଚଢ଼ଉ କରି ରାଣୀ ମହୁମାଛି ସହ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଏଥିସହ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ କାର, ୩ଟି ବାଇକ୍ର, ୭ଟି ମୋବାଇଲ ସହ ବହୁ ଆପତିଜନକ ସାମଗ୍ରୀ ଜବତ କରିଛି।

ପୁଲିସ ୨ ଦଲାଲ ରବିନ୍ଦ୍ର ସାହୁ ଓ ବଳରାମ ସାହୁ ଏବଂ ୩ ଜଣ ଗ୍ରାହକ ସୌମ୍ୟଶ୍ରୀ ଜେନା, ମହେନ୍ଦ୍ର ମଲ୍ଲିକ ଓ ଲିପୁ ମଲିକଙ୍କୁ ପୁଲିସ ଗିରଫ କରିଥିଲା। ତେବେ କେତେଦିନ ଧରି ଏଠାରେ ସେକ୍ସ ରାକେଟ ଚାଲିଥିଲା, ତାହା ଜଣାପଡ଼ିନି।

Related story