ଶ୍ରୀକ୍ଷେତ୍ରରୁ ଧରା ପଡ଼ିଲା ସେକ୍ସ ରାକେଟ୍‌

ପୁରୀ (ଓଡ଼ିଶା ରିପୋର୍ଟର): ଧର୍ମର ସହର ଶ୍ରୀକ୍ଷେତ୍ରରେ ଚାଲିଥିଲା ଅଧର୍ମ କାମ। ଏ ସମ୍ପର୍କରେ ପୁଲିସ ଜାଣିପାରି ଉକ୍ତ ଆପାର୍ଟମେଣ୍ଟରେ ଚଢ଼ଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଦେହ ବ୍ୟବସାୟୀଙ୍କୁ ଗିରଫ କରିଛି। ଏହାଛଡ଼ା ସେକ୍ସ ଭିଡିଓ ରେକଡ଼ିଂ ଅଭିଯୋଗରେ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାରୁ ପ୍ରକାଶ, ଗତକାଲି ବଳିଆପଣ୍ଡା ଥାନାକୁ ଏକ ଫୋନ କଲ ଆସିଥିଲା। ଏକ ଆପାର୍ଟମେଣ୍ଟରେ ଦୁଇ ଯୁବକଙ୍କୁ ବନ୍ଧକ […]

sex-racket

Manoranjan Sial
  • Published: Tuesday, 15 September 2020
  • , Updated: 15 September 2020, 05:05 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଧର୍ମର ସହର ଶ୍ରୀକ୍ଷେତ୍ରରେ ଚାଲିଥିଲା ଅଧର୍ମ କାମ। ଏ ସମ୍ପର୍କରେ ପୁଲିସ ଜାଣିପାରି ଉକ୍ତ ଆପାର୍ଟମେଣ୍ଟରେ ଚଢ଼ଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଦେହ ବ୍ୟବସାୟୀଙ୍କୁ ଗିରଫ କରିଛି। ଏହାଛଡ଼ା ସେକ୍ସ ଭିଡିଓ ରେକଡ଼ିଂ ଅଭିଯୋଗରେ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାରୁ ପ୍ରକାଶ, ଗତକାଲି ବଳିଆପଣ୍ଡା ଥାନାକୁ ଏକ ଫୋନ କଲ ଆସିଥିଲା। ଏକ ଆପାର୍ଟମେଣ୍ଟରେ ଦୁଇ ଯୁବକଙ୍କୁ ବନ୍ଧକ ରଖାଯାଇଥିବା ଫୋନ୍‌ କରିଥିଲେ ବ୍ୟକ୍ତି କହିଥିଲେ। ଏହି ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଦେହବ୍ୟବସାୟ ଚାଲିଥିବା ଜାଣିବାକୁ ପାଇଥିଲା। ଏପରିକି ଆପାର୍ଟମେଣ୍ଟର ଏକ କୋଠରୀରୁ ଅସଞ୍ଜତ ଅବସ୍ଥାରେ ୨ ଯୁବତୀ ଓ ୨ ଜଣ ଯୁବକଙ୍କୁ ଉଦ୍ଧାର କରିଥିଲା। ପରେ ଦୁଇ ଯୁବକଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଆପତ୍ତିଜନକ ଜୀନିଷ ଜବତ କରିଥିଲା। ଏଥି ସହ ସେକ୍ସ ଭିଡିଓ ସୁଟିଂ କରି ବ୍ଲାକମେଲ କରୁଥିବା ଆଉ ୨ ଯୁବକଙ୍କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Related story