ଶ୍ୱଶୁର ଘରକୁ ଆସି ଫସିଗଲା ଶଙ୍କର, ୨୪ ବର୍ଷ ହେଲା ଫେରାର ଥିଲା

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଶଙ୍କର ବିଶ୍ୱାଳ। ତା’ ନାଁରେ ଅଛି ହତ୍ୟା ଭଳି ସଙ୍ଗିନ ମାମଲା। ହେଲେ ସେ ଫେରାର ଥିଲା। ୨୪ ବର୍ଷ ହେଲା ସେ ପୁଲିସ୍‌କୁ ଚକମା ଦେଇ ଆସୁଥିଲା। କିନ୍ତୁ ଗତକାଲି ପଡ଼ିଗଲା ପୁଲିସ୍ ପଞ୍ଝାରେ। ଶ୍ୱଶୁର ଘରକୁ ଆସିଥିବା ବେଳେ ଧରି ପକାଇଲା ପୁଲିସ୍‌। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ। ଏହି ଥାନା ଅନ୍ତର୍ଗତ ତୁଳସୀପୁର ଗାଁର ଶଙ୍କର ବିଶ୍ୱାଳ ୧୯୯୮ ଠାରୁ ଗୋଟିଏ ପରେ ଗୋଟିଏ […]

Accused

Jitendra Garnayak
  • Published: Thursday, 16 June 2022
  • , Updated: 16 June 2022, 10:21 PM IST

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଶଙ୍କର ବିଶ୍ୱାଳ। ତା’ ନାଁରେ ଅଛି ହତ୍ୟା ଭଳି ସଙ୍ଗିନ ମାମଲା। ହେଲେ ସେ ଫେରାର ଥିଲା। ୨୪ ବର୍ଷ ହେଲା ସେ ପୁଲିସ୍‌କୁ ଚକମା ଦେଇ ଆସୁଥିଲା। କିନ୍ତୁ ଗତକାଲି ପଡ଼ିଗଲା ପୁଲିସ୍ ପଞ୍ଝାରେ। ଶ୍ୱଶୁର ଘରକୁ ଆସିଥିବା ବେଳେ ଧରି ପକାଇଲା ପୁଲିସ୍‌। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ।

ଏହି ଥାନା ଅନ୍ତର୍ଗତ ତୁଳସୀପୁର ଗାଁର ଶଙ୍କର ବିଶ୍ୱାଳ ୧୯୯୮ ଠାରୁ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିଲା। ତା’ ନାଁରେ ୩ଟି ହତ୍ୟା ମାମଲା, ୯ଟି ହତ୍ୟା ଉଦ୍ୟମ ଓ ଗୋଟିଏ ଡକାୟତି ମାମଲା ରହିଛି। ପୁଲିସ୍ ତାକୁ ଧରିବାକୁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ବି ଶଙ୍କରକୁ ଧରିବାରେ ବିଫଳ ହୋଇଥିଲା। ସେ ପୁଲିସ୍ ଆଖିରେ ଧୂଳି ଦେଇ ରାଜ୍ୟ ବାହାରକୁ ଚାଲି ଯାଉଥିଲା। ୪ ବର୍ଷ ତଳେ ପୁଲିସ୍ ତାକୁ ଧରିଥିଲା। କିନ୍ତୁ ପୁଲିସ୍‌କୁ ଆକ୍ରମଣ କରି ସେ ଫେରାର ହୋଇଯାଇଥିଲା।

ଗତକାଲି ଶଙ୍କର କେରଳରୁ ଫେରି ତା’ ଶ୍ୱଶୁର ଘରେ ଥିଲା। ଏନେଇ କୌଣସି ସୂତ୍ରରୁ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ପାଇଥିଲେ। ଏହା ପରେ ପୁଲିସ୍‌ର ଏକ ଟିମ୍ ଶଙ୍କରକୁ ଧରିବାକୁ ସେଠାରେ ପହଞ୍ଚିଥିଲା। ଶଙ୍କର ଖସିଯିବାକୁ ପ୍ରୟାସ କରିଥିଲା। ତେବେ ବିଫଳ ହୋଇଥିଲା। ପୁଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ଶଙ୍କର ୨୦ ବର୍ଷ ବୟସରୁ ଅପରାଧିକ କାର୍ଯ୍ୟରେ ସାମିଲ ହୋଇଥିଲା। ପୁଲିସ୍ ତାକୁ ଧରି ପାରୁ ନଥିବା ବେଳେ ସେ ଲୁଚି ଲୁଚି ବିବାହ କରି ଥିଲା। ତା’ର ୩ଟି ଛୁଆ ଅଛନ୍ତି।

Related story