ଯୌନ ନିର୍ଯାତନା ଅଭିଯୋଗ; ସେଲ୍‌ଟର୍ ହୋମ୍ ଇନ୍‌ଚାର୍ଜ ଗିରଫ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲାର ବେଲଟିକିରି ସ୍ଥିତ ବେଆଇନ୍‌ ସେଲ୍‌ଟର୍‌ ହୋମ୍‌ ‘ଡ୍ରିମ୍ ସେଣ୍ଟର’ରେ ଝିଅମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଘଟଣାରେ ସେଲ୍‌ଟର୍‌ ହୋମ୍ ଇନ୍‌ଚାର୍ଜ ସୀମାଞ୍ଚଳ ନାୟକଙ୍କୁ ପୁଲିସ୍ ଗିରଫ କରିଛି। ଆଉ ଜଣେ ଅଭିଯୁକ୍ତ ତଥା ସେଲ୍‌ଟର୍‌ ହୋମ୍ ଏମ୍‌ଡି ଫୟାଜ ରେହମାନ୍‌ ଫେରାର ହୋଇଯାଇଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏହି ବେଆଇନ୍‌ ସେଲ୍‌ଟର୍‌ ହୋମ୍‌ରେ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ସମ୍ପର୍କରେ […]

shelter

shelter

Jitendra Garnayak
  • Published: Saturday, 01 December 2018
  • Updated: 01 December 2018, 09:59 AM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲାର ବେଲଟିକିରି ସ୍ଥିତ ବେଆଇନ୍‌ ସେଲ୍‌ଟର୍‌ ହୋମ୍‌ ‘ଡ୍ରିମ୍ ସେଣ୍ଟର’ରେ ଝିଅମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଘଟଣାରେ ସେଲ୍‌ଟର୍‌ ହୋମ୍ ଇନ୍‌ଚାର୍ଜ ସୀମାଞ୍ଚଳ ନାୟକଙ୍କୁ ପୁଲିସ୍ ଗିରଫ କରିଛି। ଆଉ ଜଣେ ଅଭିଯୁକ୍ତ ତଥା ସେଲ୍‌ଟର୍‌ ହୋମ୍ ଏମ୍‌ଡି ଫୟାଜ ରେହମାନ୍‌ ଫେରାର ହୋଇଯାଇଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

ଏହି ବେଆଇନ୍‌ ସେଲ୍‌ଟର୍‌ ହୋମ୍‌ରେ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏହା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଶିଶୁ ମଙ୍ଗଳ କମିଟି ଗତକାଲି ମିଳିତ ଭାବେ ଏଠାରେ ଚଢ଼ାଉ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଏତଲା ଭିତ୍ତିରେ ଢେଙ୍କାନାଳ ସଦର ଥାନା ପୁଲିସ୍‌ ସୀମାଞ୍ଚଳ ନାୟକଙ୍କୁ ଗିରଫ କରାଯାଇଛି।

୨ ବର୍ଷ ଧରି ସେଲ୍‌ଟର ହୋମ୍‌ର ଇନ୍‌ଚାର୍ଜ ସୀମାଞ୍ଚଳ ନାୟକ ଏଠାରେ ରହୁଥିବା ଝିଅମାନଙ୍କୁ ଶୋଷଣ କରିଆସୁଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଭୟ ଆଉ ଲଜ୍ଜାରେ ଝିଅମାନେ ଘଟଣା ସମ୍ପର୍କରେ ମୁହଁ ଖୋଲୁ ନ ଥିଲେ।

[caption id="attachment_307638" align="aligncenter" width="750"]dkl ଗିରଫ ଅଭିଯୁକ୍ତ ସୀମାଞ୍ଚଳ ନାୟକ[/caption]

‘ଡ୍ରିମ୍‌‌ ସେଣ୍ଟର’ ମୁଖ୍ୟ ହେଉଛନ୍ତି ଫୟାଜ୍‌ ରେହମାନ। ତାଙ୍କୁ ‘ଡାଡି’ ବୋଲି ସମ୍ବୋଧନ କରନ୍ତି ଏହି ସେଲ୍‌ଟର ହୋମର ଅନ୍ତେବାସୀମାନେ।

୨୦୧୨ ମସିହାରେ ଏହି ସେଲ୍‌ଟର ହୋମ୍‌ ଢେଙ୍କାନାଳ ସହରରେ ଚାଲିଥିଲା। ତେବେ ଜିଲ୍ଲା ପ୍ରଶାସନ ଏହାକୁ ବେଆଇନ ଘୋଷଣା କରି ୨୦୧୫ରେ ବନ୍ଦ କରିଦେଇଥିଲା। ଏନେଇ ହାଇକୋର୍ଟରେ ମଧ୍ୟ ମାମଲା ବିଚାରାଧୀନ ରହିଛି। ଏହାସତ୍ତ୍ୱେ ୨୦୧୬ରେ ଢେଙ୍କାନାଳ ନିକଟ ବେଲଟିକିରି ନାମକ ସ୍ଥାନର ଏକ ନିର୍ଜନ ଅଞ୍ଚଳରେ ଗଢ଼ି ଉଠିଥିଲା ଏହି ସେଲ୍‌ଟରର୍ ହୋମ୍‌। ଏଥିରେ ଏବେ ୫୪ ଜଣ ନାବାଳିକା ଓ ୪୦ ଜଣ ନାବାଳକ ରହୁଛନ୍ତି।

ଆହୁରି ପଢ଼ନ୍ତୁ: ସେଲ୍‌ଟର୍‌ ହୋମ୍‌ରେ ଛୋଟ ଛୋଟ ଝିଅଙ୍କୁ ଦିଆଯାଉଥିଲା ଯୌନ ନିର୍ଯାତନା !

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story