ପଞ୍ଚାୟତ ଅଫିସରେ ତାଲା ପକାଇଲେ ମହିଳା

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ କଣ୍ଟାପାଳ ପଞ୍ଚାୟତ ଅଫିସରେ ତାଲା ପକାଇଲେ ଶତାଧିକ ମହିଳା। ପଞ୍ଚାୟତରେ ମିଶନଶକ୍ତି ଗୃହ ଅନ୍ୟତ୍ର ନିର୍ମାଣକୁ ବିରୋଧ କରି ୧୧୪ଟି ମହିଳା ମହାସଂଘର ସଦସ୍ୟାମାନେ ତାଲା ପକାଇଛନ୍ତି। ସରକାରଙ୍କ ଦ୍ୱାରା ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମିଶନଶକ୍ତି ଗୃହ କିଛି ଆସାଧୁ ଲୋକଙ୍କ ଦ୍ୱାରା ଚଞ୍ଚକତା କରାଯାଉଥିବା ନେଇ ଅଭିଯୋଗ ହୋଇଛି। ମହିଳା ମହାସଂଘର ସଦସ୍ୟାଙ୍କ ନିଷ୍ପତ୍ତି କ୍ରମେ କଣ୍ଟାପାଳ ପଞ୍ଚାୟତ […]

Kamakhayanager

Manoranjan Sial
  • Published: Saturday, 04 September 2021
  • , Updated: 04 September 2021, 04:08 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ କଣ୍ଟାପାଳ ପଞ୍ଚାୟତ ଅଫିସରେ ତାଲା ପକାଇଲେ ଶତାଧିକ ମହିଳା। ପଞ୍ଚାୟତରେ ମିଶନଶକ୍ତି ଗୃହ ଅନ୍ୟତ୍ର ନିର୍ମାଣକୁ ବିରୋଧ କରି ୧୧୪ଟି ମହିଳା ମହାସଂଘର ସଦସ୍ୟାମାନେ ତାଲା ପକାଇଛନ୍ତି। ସରକାରଙ୍କ ଦ୍ୱାରା ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମିଶନଶକ୍ତି ଗୃହ କିଛି ଆସାଧୁ ଲୋକଙ୍କ ଦ୍ୱାରା ଚଞ୍ଚକତା କରାଯାଉଥିବା ନେଇ ଅଭିଯୋଗ ହୋଇଛି।

ମହିଳା ମହାସଂଘର ସଦସ୍ୟାଙ୍କ ନିଷ୍ପତ୍ତି କ୍ରମେ କଣ୍ଟାପାଳ ପଞ୍ଚାୟତ ଅଫିସ୍‌ ନିକଟରେ ଏହି ମିଶନଶକ୍ତି ଗୃହଟି ନିର୍ମାଣ ପାଇଁ ସ୍ତିରୀକୃତ ହୋଇଥିଲା। ମାତ୍ର ପଞ୍ଚାୟତର କେତେକ ଅସାଧୁ ଲୋକଙ୍କ ଯୋଗୁ ଏହା ଅନ୍ୟତ୍ର କରାଯାଉଥିବା ମହିଳା ମହାସଂଘ ସୂଚନା ପାଇଥିଲା। ଯାହାକୁ ନେଇ ଆଜି ମହିଳା ମହାସଂଘର ଶତାଧିକ ମହିଳା ଆସି ସରପଞ୍ଚଙ୍କ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ଯେ ପର୍ଯ୍ୟନ୍ତ ସେମାନଙ୍କର କୌଣସି ସମାଧାନ ହୋଇନାହିଁ ସେ ପର୍ଯ୍ୟନ୍ତ ପଞ୍ଚାୟତ ଅଫିସରେ ତାଲା ଝୁଲିବ ବୋଲି ସଦସ୍ୟାମାନେ ଚେତାବନୀ ଦେଇଛନ୍ତି। ଏ ନେଇ ତୁରନ୍ତ ବିଡ଼ିଓଙ୍କୁ ଜଣାଇ କିଛି ବ୍ୟବସ୍ଥା କରିବା ପାଇଁ ସରପଞ୍ଚ ଲୋକନାଥ ସିଂହ ମତବ୍ୟକ୍ତ କରିଛନ୍ତି।

Related story