ଚିଲିକା ନିକଟରେ ମାଲେସୀୟ ଜାହାଜର୍ କଣ୍ଟେନର ଓଲଟିଲା

ବାଲୁଗାଁ(ଓଡ଼ିଶା ରିପୋର୍ଟର):ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାର୍ କଣ୍ଟେନର ଓଲଟିଲା।  ତେବେ ମ୍ୟାଲେସୀୟ ଜାହାଜ ଜିନ୍ ହ୍ୱାର୍ ଇଞ୍ଜିନ୍ ସୁରକ୍ଷିତ ଥିବା ସୂଚନା ମିଳିଛି ।ଏହାସହ ଜାହାଜର ଇଞ୍ଜିନ୍ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉ ନଥିବା ଜଣାପଡିଛି । ଗତକାଲି  ମାଲେସୀୟ ଜାହାଜ ଜିନ୍ ହ୍ୱାର୍‌ରୁ ତେଲ କାଢ଼ିବା ନେଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ସଂପୃକ୍ତ ଜାହାଜ ମାଲିକଙ୍କ ପତ୍ତା ମିଳିବା ପରେ ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲା। […]

bcc

Tapas Behera
  • Published: Tuesday, 27 August 2019
  • , Updated: 27 August 2019, 08:45 PM IST

ବାଲୁଗାଁ(ଓଡ଼ିଶା ରିପୋର୍ଟର):ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାର୍ କଣ୍ଟେନର ଓଲଟିଲା।  ତେବେ ମ୍ୟାଲେସୀୟ ଜାହାଜ ଜିନ୍ ହ୍ୱାର୍ ଇଞ୍ଜିନ୍ ସୁରକ୍ଷିତ ଥିବା ସୂଚନା ମିଳିଛି ।ଏହାସହ ଜାହାଜର ଇଞ୍ଜିନ୍ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉ ନଥିବା ଜଣାପଡିଛି ।

ଗତକାଲି  ମାଲେସୀୟ ଜାହାଜ ଜିନ୍ ହ୍ୱାର୍‌ରୁ ତେଲ କାଢ଼ିବା ନେଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ସଂପୃକ୍ତ ଜାହାଜ ମାଲିକଙ୍କ ପତ୍ତା ମିଳିବା ପରେ ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲା।

ଏହି ପଣ୍ୟବାହୀ ଜାହାଜ ବାଂଲାଦେଶରୁ ଫେରିବାବେଳେ ପ୍ରତିକୂଳ ପାଗ ଯୋଗୁ ଭୁଲ ବଶତଃ ଚିଲିକା ଉପକୂଳକୁ ଚାଲିଆସିଥିଲା। ଦୀର୍ଘ ଦିନ ଧରି ପଡି ରହିଥିବାରୁ ଜାହାଜରୁ ତେଲ ଲିକ୍ ହେବାର ଆଶଙ୍କା ଦେଖାଦେଇଥିଲା।

Related story