୭ ଦିନ ମଧ୍ୟରେ ସମୁଦ୍ର କୂଳ ଛାଡ଼ିବାକୁ ‘ଜିନ ହ୍ୱାର୍‌’ ମାଲିକଙ୍କୁ ନିର୍ଦ୍ଦେଶ

ବାଲୁଗାଁ (ଓଡ଼ିଶା ରିପୋର୍ଟର ): ୨ ଦିନ ମଧ୍ୟରେ ଜାହାଜରୁ ତେଲ ବାହାର କରିବା ସହ  ୭ ଦିନ ମଧ୍ୟରେ ସମୁଦ୍ର କୂଳ ଛାଡ଼। ୨୦ରୁ ଅଧିକ ଦିନ ଧରି ଚିଲିକା ରାଜହଂସରେ ଲାଗିଥିବା ଜିନ ହ୍ୱାର୍‌ ଜାହାଜ ମାଲିକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏପରି ନୋଟିସ ଜାରି କରାଯାଇଛି । ମାଲେସୀୟ ଜାହାଜ ଜିନ୍ ହ୍ୱାରରୁ ଗତକାଲିଠାରୁ ଆରମ୍ଭ ହୋଇଛି ତେଲ କଢ଼ା ପ୍ରକ୍ରିୟା । କମ୍ପାନୀ କର୍ତ୍ତୃପକ୍ଷ ଓ ମୁମ୍ବାଇରୁ ଏକ ବୈଷୟିକ୍‌ […]

ship-1..1

ship-1..1

Niharika Rout
  • Published: Thursday, 29 August 2019
  • Updated: 29 August 2019, 02:21 PM IST

Sports

Latest News

ବାଲୁଗାଁ (ଓଡ଼ିଶା ରିପୋର୍ଟର ): ୨ ଦିନ ମଧ୍ୟରେ ଜାହାଜରୁ ତେଲ ବାହାର କରିବା ସହ  ୭ ଦିନ ମଧ୍ୟରେ ସମୁଦ୍ର କୂଳ ଛାଡ଼। ୨୦ରୁ ଅଧିକ ଦିନ ଧରି ଚିଲିକା ରାଜହଂସରେ ଲାଗିଥିବା ଜିନ ହ୍ୱାର୍‌ ଜାହାଜ ମାଲିକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏପରି ନୋଟିସ ଜାରି କରାଯାଇଛି ।

ମାଲେସୀୟ ଜାହାଜ ଜିନ୍ ହ୍ୱାରରୁ ଗତକାଲିଠାରୁ ଆରମ୍ଭ ହୋଇଛି ତେଲ କଢ଼ା ପ୍ରକ୍ରିୟା । କମ୍ପାନୀ କର୍ତ୍ତୃପକ୍ଷ ଓ ମୁମ୍ବାଇରୁ ଏକ ବୈଷୟିକ୍‌ ଟିମ୍‌ ଆସି ପହଞ୍ଚିବା ପରେ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା। ୭ଶହ ମିଟର ଲମ୍ବର ପାଇପ୍ ସଂଯୋଗ କରାଯାଇ ଜାହାଜରୁ ତେଲ କଢ଼ାଯାଉଛି ।

ପ୍ରତି ଦଫାରେ ୨୫୦ ଲିଟର ତେଲ କାଢି ସିଡିଏ ଜେଟି ନିକଟରେ ରଖାଯାଉଛି ।  ତେଲ କଢ଼ା ସରିବା ପରେ ଲଞ୍ଚ କିମ୍ବା ଡଙ୍ଗାରେ ଚିଲିକା ଭିତର ଦେଇ ତେଲକୁ ସାତପଡ଼ା ଅଣାଯିବ ବୋଲି ସୂଚନା ମିଳିଛି । ସେପଟେ ଏହି ତେଲକଢ଼ା ପ୍ରକ୍ରିୟା ସହ ଜାହାଜକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos