ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ବାଟ ଓଗାଳିଲେ, ୧୪ଲକ୍ଷ ନେଇ ଚମ୍ପଟ ମାରିଲେ

ରାଉରକେଲା (ପବନ ତିୱାରୀ): କଳା ପଲସରେ ଆସି ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ବାଟ ଓଗାଳିଲେ।  ତା’ପରେ ବନ୍ଧୁକ ଦେଖାଇ ୧୪ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ। ଏଭଳି ଘଟଣା ଘଟିଛି ରାଉରକେଲା ସହରରେ। ଆଜି ବ୍ୟବସାୟୀ ଜଣଙ୍କ କୋଏଲ ନଗର ସ୍ଥିତ ଘରୁ ୧୪ ଲକ୍ଷ ଟଙ୍କା ନେଇ ଉଦିତ ନଗର ଆସୁଥିଲେ। ଏହି ସମୟରେ ଆରଏମ୍‌ସି ଅଫିସ ସମ୍ମୁଖରେ  ୨ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ବ୍ୟବସାୟୀଙ୍କୁ ଅଟକାଇଥିଲେ।  ବ୍ୟବସାୟୀ ଜଣଙ୍କ ନ ଅଟକିବାରୁ ବନ୍ଧୁକ […]

loot

  • Published: Monday, 14 November 2022
  • , Updated: 14 November 2022, 01:29 PM IST

ରାଉରକେଲା (ପବନ ତିୱାରୀ): କଳା ପଲସରେ ଆସି ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ବାଟ ଓଗାଳିଲେ।  ତା’ପରେ ବନ୍ଧୁକ ଦେଖାଇ ୧୪ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ। ଏଭଳି ଘଟଣା ଘଟିଛି ରାଉରକେଲା ସହରରେ।

ଆଜି ବ୍ୟବସାୟୀ ଜଣଙ୍କ କୋଏଲ ନଗର ସ୍ଥିତ ଘରୁ ୧୪ ଲକ୍ଷ ଟଙ୍କା ନେଇ ଉଦିତ ନଗର ଆସୁଥିଲେ। ଏହି ସମୟରେ ଆରଏମ୍‌ସି ଅଫିସ ସମ୍ମୁଖରେ  ୨ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ବ୍ୟବସାୟୀଙ୍କୁ ଅଟକାଇଥିଲେ।  ବ୍ୟବସାୟୀ ଜଣଙ୍କ ନ ଅଟକିବାରୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ।  ପରେ ବ୍ୟବସାୟୀ ଜଣଙ୍କ ଅଟକାଇବାରୁ ତାଙ୍କ ପାଖରୁ ୧୪ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ ଲୁଟେରା।  ଏନେଇ ବ୍ୟବସାୟୀ ଜଣଙ୍କ  ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରି ଲୁଟେରାମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି।

Related story