“ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମନଧନ ଯୋଜନା ଗରିବଙ୍କ ଜୀବନରେ ପରିବର୍ତ୍ତନ ଆଣିବ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନଧନ ଯୋଜନା ବିଶ୍ୱର ସବୁଠୁ ବଡ଼ କଲ୍ୟାଣକାରୀ ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଯୋଜନା ସମାଜର ସବୁଠୁ ଗରିବ ଓ ଉପେକ୍ଷିତ ବର୍ଗଙ୍କ ସୁରକ୍ଷା କବଚ ହେବ। ଶ୍ରମୟୋଗୀ ଯୋଜନାରେ ମାସିକ ୩ ହଜାର ଟଙ୍କାର ପେନ୍‌ସନ୍ ବ୍ୟବସ୍ଥା ଗରିବ ଲୋକର ଜୀବନକୁ ପରିବର୍ତ୍ତନ କରିପାରିବ। ଭାରତ ସରକାରଙ୍କ ଛୋଟ ପଦକ୍ଷେପ ସମାନ୍ୟ ଲୋକର ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରିବ ବୋଲି ଭୁବନେଶ୍ୱରଠାରେ ‘ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନଧନ’ ଯୋଜନାର ବିଭିନ୍ନ […]

SHRAM-YOGI-SCHEME-WILL-BENEFIT-THE-POOR-IN-A-BIG-WAY-SAYS-UNION-MINISTER

Manoranjan Sial
  • Published: Tuesday, 05 March 2019
  • Updated: 05 March 2019, 04:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନଧନ ଯୋଜନା ବିଶ୍ୱର ସବୁଠୁ ବଡ଼ କଲ୍ୟାଣକାରୀ ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଯୋଜନା ସମାଜର ସବୁଠୁ ଗରିବ ଓ ଉପେକ୍ଷିତ ବର୍ଗଙ୍କ ସୁରକ୍ଷା କବଚ ହେବ। ଶ୍ରମୟୋଗୀ ଯୋଜନାରେ ମାସିକ ୩ ହଜାର ଟଙ୍କାର ପେନ୍‌ସନ୍ ବ୍ୟବସ୍ଥା ଗରିବ ଲୋକର ଜୀବନକୁ ପରିବର୍ତ୍ତନ କରିପାରିବ। ଭାରତ ସରକାରଙ୍କ ଛୋଟ ପଦକ୍ଷେପ ସମାନ୍ୟ ଲୋକର ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରିବ ବୋଲି ଭୁବନେଶ୍ୱରଠାରେ ‘ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନଧନ’ ଯୋଜନାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି-“ଦେଶରେ ଆଜି ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଆଜିଠୁ ଦେଶରେ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନା ନାଁରେ ଭାରତ ସରକାରଙ୍କ ତରଫରୁ ଦୁନିଆର ସବୁଠୁ ବଡ଼ ପେନ୍‌ସନ୍‌ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ଅହମ୍ମଦାବାଦଠାରେ ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ଭାରତବର୍ଷର ଅସଂଗଠିତ କ୍ଷେତ୍ରର ୪୨ କୋଟି ଲୋକଙ୍କ ପାଇଁ ଏପରି କୌଣସି ସହାୟତା ବ୍ୟବସ୍ଥା ନଥିଲା। କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା ଥିବାରୁ ଅବସର ପରେ ସେମାନେ ଲାଭ ପାଉଥିଲେ। ମାତ୍ର ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ଯଥା ଛୋଟ ବିକାଳୀ, ରିକ୍ସା ଚାଳକ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ସଫେଇ କାର୍ଯ୍ୟ, ପେଟ୍ରୋଲ ପମ୍ପରେ ତେଲ ଭରୁଥିବା କର୍ମଚାରୀ, ଗ୍ୟାସ ବିତରକରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ କୌଣସି ସାମାଜିକ ସୁରକ୍ଷା ମିଳିବାର ବ୍ୟବସ୍ଥା ନଥିଲା। ଭାରତ ସରକାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନାରେ ଭାରତବର୍ଷର ୪୨ କୋଟି ଲୋକଙ୍କ ପାଇଁ ଆରମ୍ଭ କରାଯାଇଛି। ଓଡ଼ିଶା ଭଳି ରାଜ୍ୟ ଏହି ଯୋଜନାରେ ବିଶେଷ ଲାଭ ପାଇବ।”

ସେ କହିଛନ୍ତି-“ଓଡ଼ିଶାରେ କାର୍ଯ୍ୟ କରୁଥିବା ଅଢ଼େଇ କୋଟି ଲୋକମାନଙ୍କ ମଧ୍ୟରୁ ୨ କୋଟି ଲୋକ ଅସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି। ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ନରେନ୍ଦ୍ର ମୋଦି ଏଭଳି ଏକ ବ୍ୟବସ୍ଥା କରିଛନ୍ତି। ଏହି ଯୋଜନାରେ ୧୮ରୁ ୪୦ ବର୍ଷ ପର୍ଯ୍ୟନ୍ତ ଲୋକ ଏହି ପେନ୍‌ସନ୍‌ ଯୋଜନାରେ ଯୋଗଦେଇପାରିବେ। ପ୍ରିମିୟମ୍‌ ବାବଦକୁ ୧୮ ବର୍ଷର ପିଲା ମାସକୁ ୫୫ ଟଙ୍କା ଦେଲେ, ୪୦ ବର୍ଷର ଲୋକ ୨୦୦ ଟଙ୍କା ଦେବ। ଯେତିକି ଟଙ୍କା ବ୍ୟକ୍ତି ଦେବ, ସେତିକି ଟଙ୍କା ଭାରତ ସରକାର ଦିଲ୍ଲୀରୁ ପଠାଇବେ। ଏହି ଯୋଜନାରେ ବ୍ୟକ୍ତିଜଣକ ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ମଧ୍ୟ ଲାଭାର୍ଥୀ ହେବ। ଭାରତବର୍ଷରେ ପ୍ରଥମ ଥର ପାଇଁ ବ୍ୟାଙ୍କ୍ ଖାତାକୁ ସିଧାସଳଖ ୩ ହଜାର ଟଙ୍କା ପେନ୍‌ସନ ବ୍ୟବସ୍ଥା କରିଛନ୍ତି।”

ଶ୍ରୀ ପ୍ରଧାନ କହିଛନ୍ତି,“ବିଶେଷକରି ଅର୍ଥନୀତିକ ଦୃଷ୍ଟିରୁ ନିମ୍ନ ଶ୍ରେଣୀର ଲୋକଙ୍କ ପାଇଁ ଏହି ବ୍ୟବସ୍ଥା ପହଞ୍ଚାଇବାକୁ ପଡ଼ିବ। ଏଥିରେ ଭାରତବର୍ଷରେ ଖୋଲାଯାଇଥିବା ୩ ଲକ୍ଷ ୧୫ ହଜାର କମନ୍ ସର୍ଭିସ୍ ସେଣ୍ଟର ସହାୟକ ହେବ। ଓଡ଼ିଶାରେ ୧୯ ହଜାର କମନ୍ ସର୍ଭିସ ସେଣ୍ଟର ଖୋଲାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନା ପାଇଁ ଆବଶ୍ୟକ ହେଉଥିବା ଦସ୍ତାବିଜ ଯଥା
ଆଧାରକାର୍ଡ ଦେଇ ଶ୍ରମୟୋଗୀ ଯୋଜନାର କାର୍ଡ କରିପାରିବେ। ୫ ରୁ ୧୦ ମିନିଟରେ ଏହି କାମ ହୋଇପାରିବ।”

ସେ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନାରେ ଦେଶରେ ୬ ଲକ୍ଷରୁ ଅଧିକ ଓ ଓଡ଼ିଶାର ୩୦ ହଜାରରୁ ଅଧିକ ଭାଇ ଭଉଣୀମାନେ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇସାରିଲେଣି। ଓଡ଼ିଶାରେ ୨୪ ହଜାର କାର୍ଡ ତିଆରି ସରିଲାଣି। ମାତ୍ର ଏଥିପାଇଁ ଓଡ଼ିଶା ସରକାରଙ୍କ ସହଯୋଗ ମିଳୁନାହିଁ। ବିଶେଷତଃ ନିର୍ମାଣ ଶ୍ରମିକ, ଉଠା ଦୋକାନୀ, ଦିନ ମଜୁରିଆମାନେ ଏହି ଯୋଜନାରେ ଲାଭ ପାଇବେ। ଓଡ଼ିଶା ସରକାରଙ୍କ କୌଣସି ଯୋଜନାରେ ମାସିକ ୩ ହଜାର ଟଙ୍କା ପେନସନ୍ ମିଳିବାର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ରାଜ୍ୟ ସରକାର ଏଥିରେ ସହଯୋଗ କରୁନାହାନ୍ତି। ଲୋକଙ୍କୁ କମନ୍ ସର୍ଭିସ ସେଣ୍ଟରକୁ ଯିବାକୁ ବିରୋଧ କରାଯାଉଛି। ଜିଲ୍ଲାପାଳମାନେ ମଧ୍ୟ ଏଥିପାଇଁ ଯେଉଁ ଦାୟିତ୍ୱ ନେବାକଥା ତାହା ନେଉନାହାନ୍ତି। ତେଣୁ ଓଡିଶାର ପ୍ରଶାସନିକ ଅଧିକାରୀମାନେ ଏହି ଯୋଜନାରେ ସହଯୋଗ କରିବା ପାଇଁ ମୁଁ ଅନୁରୋଧ କରିଛି।”

ଶ୍ରୀ ପ୍ରଧାନ କହିଛନ୍ତି,“ଓଡ଼ିଶା ଭଳି ରାଜ୍ୟରେ ମୋଦି ସରକାର ଗରିବ ଲୋକଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା, ଶୌଚାଳୟ ନିର୍ମାଣ, କିଷାନ ସମ୍ମାନ ନିଧି ଯୋଜନା ଓ ଆଜି ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଗରିବ ଓଡ଼ିଆଙ୍କ ଉପରେ ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ ଦାଉ ସାଧୁଛନ୍ତି। ଯଦିଓ ଓଡ଼ିଆଙ୍କ କର ଖଜଣାରେ ଅଧିକାରୀମାନଙ୍କୁ ଦରମା ମିଳୁଛି। ଗତ ୨୦ ବର୍ଷ ତଳେ ଓଡ଼ିଶାର ଋଣ ଭାର ୧୮ ହଜାର ଟଙ୍କା ଥିବା ବେଳେ ଆଜି ପ୍ରାୟ ଲକ୍ଷେ କୋଟି ଟଙ୍କା ଋଣଭାର ହେଲାଣି। ୧୯ ବର୍ଷର ତଥାକଥିତ ସୁଶାସନର ପରିଣାମ ସ୍ୱରୂପ ପାଖାପାଖି ୧ ଲକ୍ଷ କୋଟି ଟଙ୍କାର ଋଣଭାର ଓଡ଼ିଆ ଲୋକଙ୍କ ଉପରେ ପଡ଼ିଲାଣି। ଏହି ସମୟରେ ଯଦି ନରେନ୍ଦ୍ର ମୋଦି ଓଡ଼ିଆ ଲୋକଙ୍କ ପାଇଁ ସରକାରୀ ଯୋଜନାରେ ବିଜୁଳି, ଗ୍ୟାସ, ଶୌଚାଳୟ, ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟର ସହଯୋଗ, ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ବ୍ୟବସ୍ଥା, ୬୦ ବର୍ଷରୁ ଅଧିକ ଲୋକକୁ ପେନସନର ସବୁ ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି ତା’ ହେଲେ ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ ସହଯୋଗୀ ଭାବେ ସେମାନଙ୍କ ଭୂମିକା ନିର୍ବାହ କରିବା ଦରକାର।”

ଶ୍ରୀ ପ୍ରଧାନ କହିଛନ୍ତି,“ରାଜନୀତି ତା ଜାଗାରେ ରହିବା ଉଚିତ। ଲୋକଙ୍କ କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ ଅଛି। ଏହି ଦାୟିତ୍ୱକୁ ନଭୁଲି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନର ସେବା ହିଁ ନାରାୟଣ ସେବା ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଆଙ୍କୁ ସୁବିଧା ସୁଯୋଗ ଦେବାର ଆବଶ୍ୟକତା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story